ଭଦ୍ରକ ରାଣୀତାଲ ବଜାରରୁ ସୁନା ଦୋକାନ ସଟର ତାଡ଼ି ନେଇଗଲେ ୧୫ ଲକ୍ଷର ସୁନାଗହଣା

Advertisment

ସୁନା ଦୋକାନ ଗ୍ରିଲର ତାଲା ଭାଙ୍ଗିବା ପରେ ସଟର ତାଡ଼ି ନେଇଗଲେ ୧୫ ଲକ୍ଷ ଟଙ୍କାର ସୁନା ଗହଣା । ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ରାଣୀତାଲ ବଜାରରେ ଥିବା ମା ତାରିଣୀ ଜୁଏଲାରୀରୁ ଲୁଟ ହୋଇଛି।

sm

ଭଦ୍ରକ: ଭଦ୍ରକର ରାଣୀତାଲ ବଜାରରେ ଥିବା ଏକ ସୁନା ଦୋକାନରୁ ହୋଇଛି ଲୁଟ୍। ବିଳମ୍ବିତ ରାତିରେ ସୁନା ଦୋକାନରୁ ଲୁଟ ହୋଇଥିବା ନେଇ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଦେଇଛି ସୂଚନା। ସୁନା ଦୋକାନ ଗ୍ରିଲର ତାଲା ଭାଙ୍ଗିବା ପରେ ସଟର ତାଡ଼ି ନେଇଗଲେ ୧୫ ଲକ୍ଷ ଟଙ୍କାର ସୁନା ଗହଣା । ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ରାଣୀତାଲ ବଜାରରେ ଥିବା ମା ତାରିଣୀ ଜୁଏଲାରୀରୁ ଲୁଟ ହୋଇଛି।

ଦୋକାନ ମାଲିକ ପ୍ରଦୀପ ସାହୁଙ୍କ ସୂଚନା ଅନୁଯାୟୀ ଲୁଟ ବେଳେ ଦୋକାନ ଶୋ କେସରେ ଥିବା ୧୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍ ହୋଇଛି। ତେବେ ଦୋକାନ ଭିତରେ ଥିବା ଆଇରନ ଚେ଼ଷ୍ଟରେ ପ୍ରାୟ  ୧ କିଲୋ  ଓଜନର ସୁନା ରହିଥିଲା । ପୁଲିସ ଦୋକାନ ସିଲ୍ କରିଥିବାରୁ ଆଇରନ ଚେଷ୍ଟରେ ଥିବା ସୁନା ବିଷୟରେ ସୂଚନା ମିଳିନାହିଁ । ତେବେ ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ସହ ଏକ ଟିମ୍ ଲୁଟ ହୋଇଥିବା ଦୋକାନ ନିକଟରେ ପହଞ୍ଚି ସିସିଟିଭି ଯାଞ୍ଚ କରିଚନ୍ତି । ସାଇଣ୍ଟିଫିକ୍ ଟିମ ସହ ଡଗ ସ୍କ୍ୱାର୍ଡକୁ ମଧ୍ୟ ତଦନ୍ତରେ ସାମିଲ କରାଯିବ । ଜାତୀୟ ରାଜପଥ ନିକଟରେ ଥିବା ସୁନା ଦୋକାନରୁ ଲୁଟ୍ ହୋଇଥିବାରୁ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଛି । 

ମାଲିକ  ପ୍ରଦୀପ ସାହୁଙ୍କ ଅଭିଯୋଗ ଯେ ଏହି ଘଟଣାରେ ଏକ ବଡ଼ ଧରଣର ରାକେଟ କାମ କରୁଛି। ସେମାନେ ଆଗରୁ ଯୋଜନା କରି ଏଭଳି ଲୁଟ କରିଛନ୍ତି। 

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe