Advertisment

Loot From Labour Sarddar: ଦାଦନ ଯିବା ପାଇ ଟଙ୍କା ବଣ୍ଟନ କରୁଥିବାବେଳେ ଲୁଟର ଶିକାର ହେଲେ ଦାଦନ ସର୍ଦ୍ଦାର

Advertisment

ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ କନ୍ଧକେଲଗାଁ ପଞ୍ଚାୟତର ରୁଣୀମହୁଲ ଗ୍ରାମକୁ କଣ୍ଟାବାଞ୍ଜି ଅଞ୍ଚଳର କିଛି ଦାଦନ ସର୍ଦ୍ଦାର ଆସି ଦାଦନ ଖଟି ଯିବା ପାଇ ଅଗ୍ରୀମ ଟଙ୍କା ବାଟୁ ଥିବା ବେଳେ ଲୁଟ ର ଶିକାର ହୋଇଥିବା ଜଣାପଡିଛି।

ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ କନ୍ଧକେଲଗାଁ ପଞ୍ଚାୟତର ରୁଣୀମହୁଲ ଗ୍ରାମକୁ କଣ୍ଟାବାଞ୍ଜି ଅଞ୍ଚଳର କିଛି ଦାଦନ ସର୍ଦ୍ଦାର ଆସି ଦାଦନ ଖଟି ଯିବା ପାଇ ଅଗ୍ରୀମ ଟଙ୍କା ବାଟୁ ଥିବା ବେଳେ ଲୁଟ ର ଶିକାର ହୋଇଥିବା ଜଣାପଡିଛି।

aasddd

ଦେଓଗାଁ/ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ କନ୍ଧକେଲଗାଁ ପଞ୍ଚାୟତର ରୁଣୀମହୁଲ ଗ୍ରାମକୁ କଣ୍ଟାବାଞ୍ଜି ଅଞ୍ଚଳର କିଛି ଦାଦନ ସର୍ଦ୍ଦାର ଆସି ଦାଦନ ଖଟି ଯିବା ପାଇ ଅଗ୍ରୀମ ଟଙ୍କା ବାଟୁ ଥିବା ବେଳେ ଲୁଟର ଶିକାର ହୋଇଥିବା ଜଣାପଡିଛି। ଏହି ଦାଦନ ସର୍ଦ୍ଧାର ମାନେ ଜଣେ ମଧ୍ୟସ୍ଥି ଜରିଆରେ ଘର ଘର ବୁଲି ଶ୍ରମିକମାନଙ୍କୁ ଟଙ୍କା ବଣ୍ଟନ କରୁଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ କୌଣସି ସୂତ୍ରରୁ ଖବର ପାଇଁ ଟଙ୍କା ବଣ୍ଟନ କରୁଥିବା ସ୍ଥାନରେ ପହଁଚି ଛଅ ଲକ୍ଷରୁ ଅଧିକ ଟଙ୍କା ଛଡ଼ାଇ ନେଇ ଫେରାର ମାରିଥିଲେ । 

ଟିଟିଲାଗଡ ଥାନା ଅନ୍ତର୍ଗତ ଖୋଲାନ ଅଞ୍ଚଳର କ୍ୱାଟର ପୁଟେଲ ସଇଁତଳା ଥାନା ସର୍ଗିପାଲି ଅଞ୍ଚଳର କିଛି ସହଯୋଗୀଙ୍କ ସହ ମିଶି ଦାଦନ ସର୍ଦ୍ଦାରଙ୍କ ଉପସ୍ଥିତିରେ ଘର ଘର ବୁଲି ଦାଦନ ଖଟିବାକୁ ଯିବାପାଇଁ ଆଗୁଆ ଟଙ୍କା ବଣ୍ଟନ କରୁଥିଲେ ବୋଲି ସୂଚନା ମିଳିଛି। ଏନେଇ ପ୍ରଦୀପ କୁମାର ବେହେରା ନାମକ ଜଣେ ବ୍ୟକ୍ତି ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ହେଲେ ପୁଲିସ କୌଣସି ମାମଲା ରୁଜୁ ନ କରି ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଏନେଇ ସଇତଲା ପୁଲିସକୁ ଯୋଗାଯୋଗ କରିବାରୁ ଟଙ୍କା ଲୁଟର ଅଭିଯୋଗ ହୋଇଛି ମାମଲା ରୁଜୁ ହୋଇନି ବୋଲି ସୂଚନା ଦେଇଛି। ତେବେ ଜଙ୍ଗଲ ଘେରା ଗାଁକୁ କଣ୍ଟାବାଞ୍ଜି ଅଞ୍ଚଳ ଲୋକେ ଏତେ ପରିମାଣର ଟଙ୍କା ଧରି କାହିଁକି ଆସିଥିଲେ ତାହା ତଦନ୍ତ ହେଲେ ଅନେକ କଥା ସାମ୍ନାକୁ ଆସିବ। ଏଣୁ ଏ ଦିଗରେ ଜିଲ୍ଲା ପୁଲିସ ମୁଖିଆ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe