ରିଚାର୍ଜ୍‌ ନାଁରେ ଠକିନେଲେ ୭.୬୦ ଲକ୍ଷ

Advertisment

ମୋବାଇଲ୍‌ରେ ସ୍ପୋର୍ଟ‌୍ସ ଚ୍ୟାନେଲ୍‌ ପାଇଁ ରିଚାର୍ଜ୍‌ କରିବାକୁ ଯାଇ ଠକେଇର ଶିକାର ହୋଇଛନ୍ତି ଜଣେ ଆର୍‌ଏସ୍‌ପି କର୍ମଚାରୀ। ସେକ୍ଟର-୪ ଅଞ୍ଚଳରରେ ରହୁଥିବା କର୍ମଚାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ସାଇବର ଠକ ୭ ଲକ୍ଷ ୬୦ ହଜାର ଟଙ୍କା ନେଇଯାଇଛନ୍ତି।

ମୋବାଇଲ୍‌ରେ ସ୍ପୋର୍ଟ‌୍ସ ଚ୍ୟାନେଲ୍‌ ପାଇଁ ରିଚାର୍ଜ୍‌ କରିବାକୁ ଯାଇ ଠକେଇର ଶିକାର ହୋଇଛନ୍ତି ଜଣେ ଆର୍‌ଏସ୍‌ପି କର୍ମଚାରୀ। ସେକ୍ଟର-୪ ଅଞ୍ଚଳରରେ ରହୁଥିବା କର୍ମଚାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ସାଇବର ଠକ ୭ ଲକ୍ଷ ୬୦ ହଜାର ଟଙ୍କା ନେଇଯାଇଛନ୍ତି।

recharge

ରାଉରକେଲା: ମୋବାଇଲ୍‌ରେ ସ୍ପୋର୍ଟ‌୍ସ ଚ୍ୟାନେଲ୍‌ ପାଇଁ ରିଚାର୍ଜ୍‌ କରିବାକୁ ଯାଇ ଠକେଇର ଶିକାର ହୋଇଛନ୍ତି ଜଣେ ଆର୍‌ଏସ୍‌ପି କର୍ମଚାରୀ। ସେକ୍ଟର-୪ ଅଞ୍ଚଳରରେ ରହୁଥିବା କର୍ମଚାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ସାଇବର ଠକ ୭ ଲକ୍ଷ ୬୦ ହଜାର ଟଙ୍କା ନେଇଯାଇଛନ୍ତି। ଏନେଇ ସେକ୍ଟର-୩ ପୁଲିସ ଥାନାରେ ଲିଖିତ ଅଭିଯୋଗ ହୋଇଛି।
    ସେକ୍ଟର-୪ ଅଞ୍ଚଳରେ ରହୁଥିବା ଆର୍‌ଏସ୍‌ପି କର୍ମଚାରୀ ମୋବାଇଲରେ ବିଭିନ୍ନ କ୍ରୀଡ଼ା ଦେଖିବାକୁ ନିଷ୍ପତ୍ତି ନେଇଥିଲେ। ଏଣୁ ସେ ଗତ ୨୫ ତାରିଖରେ ଗୁଗୁଲ୍‌ରେ ସର୍ଚ୍ଚ କରିଥିଲେ। କିଛି ସମୟଧରି ଖୋଜାଖୋଜି କରିବାପରେ ସାଇବର ଠକଙ୍କ ଦ୍ବାରା ଦିଆଯାଇଥିବା ଏକ ମୋବାଇଲ୍‌ ନମ୍ବର ପାଇଥିଲେ। ଉକ୍ତ ନମ୍ବରରେ ଯୋଗାଯୋଗକରିବାପରେ ଠକଦଳଙ୍କ ଜାଲରେ ଫସିଯାଇଥିଲେ। ପ୍ରଥମେ ଠକଦଳ ଏକ ଆପ୍‌ ଡାଉନଲୋଡ୍‌ କରିବାକୁ କହିବାରୁ ସେ ଡାଉନ୍‌ଲୋଡ୍‌ କରିଥିଲେ। ପରେ ଆପ୍‌କୁ କାର୍ଯ୍ୟକ୍ଷମ କରିବା ବାହାନାରେ ଠକଦଳ କର୍ମଚାରୀଙ୍କ ଆକାଉଣ୍ଟ୍‌ ନମ୍ବର, ପିନ୍‌କୋଡ୍‌, ଓଟିପି ସବୁ ନେଇଯାଇଥିଲେ। ଏହାପରେ ସାଇବର ଠକ ମୋବାଇଲ୍‌ କ୍ଲୋନିଂ କରି ଆକାଉଣ୍ଟ୍‌ରେ ଥିବା ୭ ଲକ୍ଷ ୬୦ ହଜାର ଟଙ୍କା ନେଇଯାଇଥିଲେ। ଅପରପକ୍ଷରେ କ୍ଲୋନିଂ କରାଯାଇଥିବାରୁ ମୋବାଇଲ ହ୍ୟାଙ୍ଗ୍‌ ହୋଇଯିବାରୁ ଅଭିଯୋଗକାରୀ ଟଙ୍କା ଟ୍ରାନ୍ସଫର୍‌, ଉଠାଣ ବିଷୟରେ ଜାଣିପାରିନଥିଲେ। ତା’ର ପରଦିନ ବ୍ୟାଙ୍କକୁ ଯାଇ ଯାଞ୍ଚ କରିବାପରେ ଠକେଇର ଶିକାର ହୋଇଥିବା ଜାଣି ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe