ଏଟିଏମ ତାଡ଼ିନେଇ ଗଙ୍ଗୁଆ ନାଳରେ ଫୋପାଡିଲେ ଲୁଟେରା

Advertisment

ଏଟିଏମ କାଉଣ୍ଟରରେ ପଶିଲେ ଆଉ ସାଥିରେ ଆଣିଥିବା ଅଟୋରେ ବୋହିନେଲେ ଏଟିଏମ | ଏହାପରେ ଏଟିଏମରୁ ଟଙ୍କା ବାହାର କରି ନେଇଗଲେ ଆଉ ଫୋପାଡି ଦେଇ ଚାଲିଗଲେ | ରାଜଧାନୀରେ ଆଜି ଲୁଟେରା ଏଭଳି କାଣ୍ଡ ଘଟାଇଛନ୍ତି |

ଏଟିଏମ କାଉଣ୍ଟରରେ ପଶିଲେ ଆଉ ସାଥିରେ ଆଣିଥିବା ଅଟୋରେ ବୋହିନେଲେ ଏଟିଏମ | ଏହାପରେ ଏଟିଏମରୁ ଟଙ୍କା ବାହାର କରି ନେଇଗଲେ ଆଉ ଫୋପାଡି ଦେଇ ଚାଲିଗଲେ | ରାଜଧାନୀରେ ଆଜି ଲୁଟେରା ଏଭଳି କାଣ୍ଡ ଘଟାଇଛନ୍ତି |

atm

ଭୁବନେଶ୍ୱର: ଏଟିଏମ କାଉଣ୍ଟରରେ ପଶିଲେ ଆଉ ସାଥିରେ ଆଣିଥିବା ଅଟୋରେ ବୋହିନେଲେ ଏଟିଏମ | ଏହାପରେ ଏଟିଏମରୁ ଟଙ୍କା ବାହାର କରି ନେଇଗଲେ ଆଉ ଫୋପାଡି ଦେଇ ଚାଲିଗଲେ | ରାଜଧାନୀରେ ଆଜି ଲୁଟେରା ଏଭଳି କାଣ୍ଡ ଘଟାଇଛନ୍ତି | ଟଙ୍କା ଲୁଟିବା ପାଇଁ ଏଟିଏମକୁ ଆସିଥିଲେ ତାଡି ନେଇଗଲେ ଏଟିଏମ ମେସିନ। ଭୁବନେଶ୍ୱର ଶ୍ରୀରାମନଗରରେ ଘଟିଛି ଏଭଳି ଘଟଣା। ଗତକାଲି ବିଳମ୍ବିତ ରାତିରେ ଏଟିଏମ ତାଡି ଛୁ ମାରିଥିଲେ ଲୁଟେରା। ଆଉ ଶେଷରେ ଭୁବନେଶ୍ବର ଗଙ୍ଗୁଆ ନାଳରୁ ମିଳିଲା ଏଟିଏମ ମେସିନ। ଲୁଟେରାମାନେ ଏଟିଏମରୁ ଟଙ୍କା ନେଇ ମେସିନ ଗଙ୍ଗୁଆ ନାଳରେ ଫୋପାଡି ଦେଇଥିବା ପୁଲିସ ସୂଚନା ଦେଇଛି।

 ନାଳ ପାଖରେ ଗୋଟିଏ ଡାଲା ଅଟୋକୁ ଜବତ କରିଛି ପୋଲିସ। ଏଟିଏମ ତାଡିଲା ପରେ ଏହି ଅଟୋ ବ୍ୟବହାର କରିଥିବେ ବୋଲି ପୋଲିସ ସନ୍ଦେହ କରୁଛି। ଏନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇ କହିଛନ୍ତି ଯେ ଭୁବନେଶ୍ୱର ସାମନ୍ତରପୁର ଛକରୁ ଏଟିଏମ ତାଡି ନେବା ବାବଦରେ ସକାଳୁ ଖବର ହସ୍ତଗତ ହୋଇଛି | ଏଥିରେ ରାଜ୍ୟ ଭିତରର କି ରାଜ୍ୟ ବାହାର ଗ୍ୟାଙ୍ଗର ହାତ ରହିଛି ଜଣା ପଡିନି |ପୁଲିସ ଓ ସାଇଣ୍ଟଫିକ ଟିମ ଘଟଣାସ୍ଥଳରେ ପହଞ୍ଚିଛି | ଏକ ସ୍ପେଶାଲ ଟିମ ଗଠନ ହୋଇଛି ଓ ତଦନ୍ତ ଚାଲିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe