ଇନଷ୍ଟାଗ୍ରାମ ପ୍ରେମ ମହଙ୍ଗା ପଡ଼ିଲା: ରାତିସାରା ଯୁବକ ଅଟକ

Advertisment

ଇନଷ୍ଟାଗ୍ରାମରୁ ପ୍ରେମ କରିବା ମହଙ୍ଗା ପଡ଼ିଲା ଯୁବକଙ୍କ ପାଇଁ।` ରାତିସାରା ଯୁବକକୁ ଅଟକ ରଖି ବସିଲା ପଞ୍ଚାୟତ। ମହିଳା ଜଣକ ସ୍ୱାମୀ ସହିତ ନରହି ପ୍ରେମିକ ପାଖରେ ରହିବ ବୋଲି କହିବା ପରେ ଚୁକ୍ତିନାମା ଲେଖି ଗ୍ରାମବାସୀମାନେ ଯୁବକ ଓ ମହିଳାଙ୍କୁ ଛାଡ଼ିଥିବା ଜଣା ଯାଇଛି।

Updated On

ଇନଷ୍ଟାଗ୍ରାମରୁ ପ୍ରେମ କରିବା ମହଙ୍ଗା ପଡ଼ିଲା ଯୁବକଙ୍କ ପାଇଁ।` ରାତିସାରା ଯୁବକକୁ ଅଟକ ରଖି ବସିଲା ପଞ୍ଚାୟତ। ମହିଳା ଜଣକ ସ୍ୱାମୀ ସହିତ ନରହି ପ୍ରେମିକ ପାଖରେ ରହିବ ବୋଲି କହିବା ପରେ ଚୁକ୍ତିନାମା ଲେଖି ଗ୍ରାମବାସୀମାନେ ଯୁବକ ଓ ମହିଳାଙ୍କୁ ଛାଡ଼ିଥିବା ଜଣା ଯାଇଛି।

ଅଦ୍ୟତନ ହୋଇଛି
nm

ହାଟଡିହି: ଇନଷ୍ଟାଗ୍ରାମରୁ ପ୍ରେମ କରିବା ମହଙ୍ଗା ପଡ଼ିଲା ଯୁବକଙ୍କ ପାଇଁ` ରାତିସାରା ଯୁବକକୁ ଅଟକ ରଖି ବସିଲା ପଞ୍ଚାୟତ। ଖବର ପାଇ ପହଞ୍ଚିଲା ପୁଲିସ। ପଞ୍ଚାୟତରୁ ଯୁବକ ଓ ମହିଳାଙ୍କୁ ଉଠାଇ ନେବାକୁ ପୁଲିସ ଉଦ୍ୟମ କରିବାରୁ ଉତ୍ତେଜନା ପ୍ରକାଶ ପାଇବା ସହ ପୁଲିସ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ହାଟଡିହି ବ୍ଲକ ଆନନ୍ଦପୁର ଥାନା ଅକରୁଆ ଗ୍ରାମରେ।

mk

ଗ୍ରାମର ଜଣେ ମହିଳା ୭ ବର୍ଷ ପୁର୍ବେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ୫ବର୍ଷର ପୁଅ ଅଛି। ଦୁଇ ବର୍ଷ ତଳେ ତାଙ୍କର ସୋସୋ ଥାନା ବିଦ୍ୟାଧରପୁର ଗ୍ରାମର ମାନସ ଦେହୁରୀ ନାମକ ଜଣେ ଯୁବକ ସହିତ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢିଉଠିଲା। ମହିଳା ଜଣକ ସ୍ୱାମୀର ଅଜାଣତରେ ବିଭିନ୍ନ ବାହାନା କହି ବନ୍ଧୁଘର ବୁଲିଯିବା ବାହାନାରେ ଯୁବକପାଖକୁ ଯାଇ ଶାରିରୀକ ସମ୍ପର୍କରଖିଲା। ଯୁବକ ଜଣକ ମଧ୍ୟ ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି ଭାଇରାଲ କରିବାର ଭୟ ଦେଖାଇ ମହିଳାଙ୍କୁ ବିଭିନ୍ନ ସ୍ଥାନକୁ ଡକାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା।

ଜଣେ ମହିଳା ୭ ବର୍ଷ ପୁର୍ବେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ୫ବର୍ଷର ପୁଅ ଅଛି। ଦୁଇ ବର୍ଷ ତଳେ ତାଙ୍କର ସୋସୋ ଥାନା ବିଦ୍ୟାଧରପୁର ଗ୍ରାମର ମାନସ ଦେହୁରୀ ନାମକ ଜଣେ ଯୁବକ ସହିତ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢିଉଠିଲା। ମହିଳା ଜଣକ ସ୍ୱାମୀର ଅଜାଣତରେ ବିଭିନ୍ନ ବାହାନା କହି ବନ୍ଧୁଘର ବୁଲିଯିବା ବାହାନାରେ ଯୁବକପାଖକୁ ଯାଇ ଶାରିରୀକ ସମ୍ପର୍କରଖିଲା। ଯୁବକ ଜଣକ ମଧ୍ୟ ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି ଭାଇରାଲ କରିବାର ଭୟ ଦେଖାଇ ମହିଳାଙ୍କୁ ବିଭିନ୍ନ ସ୍ଥାନକୁ ଡକାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ରବିବାର ମହିଳାଜଣଙ୍କ କଟକ ଯାଇ ଯୁବକଙ୍କ ସହିତ ମିଶିବା ପରେ ରାତିରେ ଯୁବକ ସହିତ ଘରକୁ ଫେରିଥିଲା। ଘର ଭିତରେ ଉଭୟ କଥାବାର୍ତ୍ତା ହେଉଥିବା ସମୟରେ ପରିବାର ଲୋକେ ବାହାରପଟୁ କବାଟ ବନ୍ଦକରି ଗାଁ ଲୋକଙ୍କୁ ଡାକିଥିଲେ। ଏନେଇ ରାତିସାରା ଗାଁରେ ପଞ୍ଚାୟତ ବସିଥିଲା। ଯୁବକଙ୍କ ପରିବାର ଲୋକେ ପୁଲିସକୁ ଖବର ଦେଇ ତାଙ୍କ ପୁଅକୁ ଉଦ୍ଧାର କରିବା ପାଇଁ କହିଥିଲେ। ପୁଲିସ ପହଞ୍ଚି ପଞ୍ଚାୟତ ଭିତରେ ବସିଥିବା ମହିଳା ଓ  ଯୁବକକୁ ଉଠାଇ ଆଣିବାରୁ ଉତ୍ତେଜନା ପ୍ରକାଶ ପାଇବା ସହ ଗାଁ ଲୋକେ ପୁଲିସ ଗାଡ଼ିକୁ ଛାଡ଼ି ନଥିଲେ। ରାତି ପାହିବା ପରେ ପୁଲିସ ବାଧ୍ୟ ହୋଇ ଫେରିଯାଇଥିଲା। ମହିଳା ଜଣକ ସ୍ୱାମୀ ସହିତ ନରହି ପ୍ରେମିକ ପାଖରେ ରହିବ ବୋଲି କହିବା ପରେ ଚୁକ୍ତିନାମା ଲେଖି ଗ୍ରାମବାସୀମାନେ ଯୁବକ ଓ ମହିଳାଙ୍କୁ ଛାଡ଼ିଥିବା ଜଣା ଯାଇଛି।

ରବିବାର ମହିଳାଜଣଙ୍କ କଟକ ଯାଇ ଯୁବକଙ୍କ ସହିତ ମିଶିବା ପରେ ରାତିରେ ଯୁବକ ସହିତ ଘରକୁ ଫେରିଥିଲା। ଘର ଭିତରେ ଉଭୟ କଥାବାର୍ତ୍ତା ହେଉଥିବା ସମୟରେ ପରିବାର ଲୋକେ ବାହାରପଟୁ କବାଟ ବନ୍ଦକରି ଗାଁ ଲୋକଙ୍କୁ ଡାକିଥିଲେ। ଏନେଇ ରାତିସାରା ଗାଁରେ ପଞ୍ଚାୟତ ବସିଥିଲା। ଯୁବକଙ୍କ ପରିବାର ଲୋକେ ପୁଲିସକୁ ଖବର ଦେଇ ତାଙ୍କ ପୁଅକୁ ଉଦ୍ଧାର କରିବା ପାଇଁ କହିଥିଲେ। ପୁଲିସ ପହଞ୍ଚି ପଞ୍ଚାୟତ ଭିତରେ ବସିଥିବା ମହିଳା ଓ  ଯୁବକକୁ ଉଠାଇ ଆଣିବାରୁ ଉତ୍ତେଜନା ପ୍ରକାଶ ପାଇବା ସହ ଗାଁ ଲୋକେ ପୁଲିସ ଗାଡ଼ିକୁ ଛାଡ଼ି ନଥିଲେ। ରାତି ପାହିବା ପରେ ପୁଲିସ ବାଧ୍ୟ ହୋଇ ଫେରିଯାଇଥିଲା। ମହିଳା ଜଣକ ସ୍ୱାମୀ ସହିତ ନରହି ପ୍ରେମିକ ପାଖରେ ରହିବ ବୋଲି କହିବା ପରେ ଚୁକ୍ତିନାମା ଲେଖି ଗ୍ରାମବାସୀମାନେ ଯୁବକ ଓ ମହିଳାଙ୍କୁ ଛାଡ଼ିଥିବା ଜଣା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe