ବିବାହର ପ୍ରତିଶ୍ରୁତି ଦେଇ ଗର୍ଭବତୀ କଲା ପ୍ରେମିକ, ଛୁଆ ଜନ୍ମ ପରେ ପ୍ରତାରଣା

ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ଗର୍ଭବତୀ କରି ଛୁଆ ଜନ୍ମ ପରେ ବିବାହ କରିବାକୁ ମନା କରିଛି ପ୍ରେମିକ । ପ୍ରେମ ସମ୍ପର୍କ ପରେ ଗର୍ଭବତୀ ପରେ ଝିଅ ଜନ୍ମ ହେଲା ପରେ ପ୍ରେମିକ ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଛି |

scss

Photograph: ( The Hindu)

ମୈଦଲପୁର: ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ଗର୍ଭବତୀ କରି ଛୁଆ ଜନ୍ମ ପରେ ବିବାହ କରିବାକୁ ମନା କରିଛି ପ୍ରେମିକ । ପ୍ରେମ ସମ୍ପର୍କ ପରେ ଗର୍ଭବତୀ ପରେ ଝିଅ ଜନ୍ମ ହେଲା ପରେ ପ୍ରେମିକ ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଛି | ଆଉ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି ପ୍ରେମିକା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ମେରେଇ ଗ୍ରାମରେ ।

ଅଭିଯୋଗ ପ୍ରକାରେ ମେରେଇ ଗ୍ରାମର ଜଣେ ଝିଅ ଗତ ଦୁଇ ବର୍ଷ ହେବ ତେନ୍ତୁଳିଖୁଣ୍ଟି ଥାନା ଅମଲାଭଟା ଗ୍ରାମର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ହୋଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ଯୁବକ । ପ୍ରେମିକା ଗର୍ଭବତୀ ହେଲା ପରେ ଚାରି ଦିନ ତଳେ ଏକ ଝିଅ ଜନ୍ମ ହୋଇଛି । ଝିଅ ଜନ୍ମ ହେବା ପରେ ପ୍ରେମିକକୁ ବିବାହ କରିବାକୁ କହିବାରୁ ଯୁବକ ଜଣକ ମନା କରି ଦେଇଛି । ନ୍ୟାୟ ପାଇବା ପାଇଁ ପ୍ରେମିକା ମୈଦଲପୁର ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଅନ୍ୟପଟେ ମୈଦଲପୁର ଥାନାରେ ଅଭିଯୋଗ ହେବା ପରେ ଥାନା କେଶ ୧୦୦ /୨୫ ରୁଜୁ କରି ନବରଙ୍ଗପୁର ଆଇୟୁସିଏଡବ୍ଲ୍ୟୁ ସୀମା ସଂଗୀତା ଲୁଗୁନ ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe