ପ୍ରେମ ପାଇଁ କଣ ମିଳେ କି ଏମିତିକା ଦଣ୍ଡ?

Advertisment

ଏବେବି ବଞ୍ଚିରହିଛି ପୁରାତନ ପରମ୍ପରା ଓ ତାହାକୁ ନେଇ କଙ୍ଗାରୁକୋର୍ଟ, ଗୋଟିଏ ବଂଶର ହୋଇଥିବାରୁ ପ୍ରେମୀଯୁଗଳଙ୍କୁ ଗ୍ରାମବାସୀ ଅତ୍ୟାଚାର କରିଛନ୍ତି | କେବଳ ଏତିକିରେ ସୀମିତ ନଥିଲା ଉଭୟଙ୍କୁ ଗାଁରୁ ତଡିଦିଆଯାଇଛି | ବର୍ତ୍ତମାନ୍ ପ୍ରେମୀଯୁଗଳ କେଉଁଠାରେ ଅଛନ୍ତି କାହାରିକୁ ଜଣା ନାହିଁ।

ଏବେବି ବଞ୍ଚିରହିଛି ପୁରାତନ ପରମ୍ପରା ଓ ତାହାକୁ ନେଇ କଙ୍ଗାରୁକୋର୍ଟ, ଗୋଟିଏ ବଂଶର ହୋଇଥିବାରୁ ପ୍ରେମୀଯୁଗଳଙ୍କୁ ଗ୍ରାମବାସୀ ଅତ୍ୟାଚାର କରିଛନ୍ତି | କେବଳ ଏତିକିରେ ସୀମିତ ନଥିଲା ଉଭୟଙ୍କୁ ଗାଁରୁ ତଡିଦିଆଯାଇଛି | ବର୍ତ୍ତମାନ୍ ପ୍ରେମୀଯୁଗଳ କେଉଁଠାରେ ଅଛନ୍ତି କାହାରିକୁ ଜଣା ନାହିଁ।

Rayagada

କଲ୍ୟାଣସିଂହପୁର: ଏବେବି ବଞ୍ଚିରହିଛି ପୁରାତନ ପରମ୍ପରା ତାକୁ ନେଇ କଙ୍ଗାରୁକୋର୍ଟ, ଗୋଟିଏ ବଂଶର ହୋଇଥିବାରୁ ପ୍ରେମ କରିବା ମହଙ୍ଗା ପଡିଲା | ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ | ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି, ଗ୍ରାମଦେବୀଙ୍କ ପାଖରେ ପୂଜାପାଠ କରାଇବା ପରେ ବଳଦ ସ୍ଥାନରେ ଜଣେ ଯୁବକ ଓ ଯୁବତୀଙ୍କ କାନ୍ଧରେ ବାଧ୍ୟରେ ଯୁଆଳି ପକେଇ କ୍ଷେତରେ ଚାଷ କରିବାକୁ ବାଧ୍ୟ କରାଯାଉଛି |

ଉଭୟଙ୍କ ଅନିଚ୍ଛା ସତ୍ୱେ ଧମକଚମକ ଦେଇ ହଳ କରାଉଛନ୍ତି ଗାଁ ଲୋକେ। ଏନେଇ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଗାଁ କୁଟୁମ୍ବଙ୍କ ନିଷ୍ପତ୍ତି ଅନୁସାରେ ଉଭୟଙ୍କୁ ଦଣ୍ଡ ଦିଆଯାଇ ଗାଁରୁ ତଡି ଦିଆଯାଇଛି। ଏମାନଙ୍କ ଭୁଲ ଥିଲା ଉଭୟ ଗୋଟିଏ ବଂଶର ଓ ସମ୍ପର୍କରେ ପିଉସୀ-ପୁତୁରା | ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ କାରଣ ସେମାନେ ଗୋଟିଏ ରକ୍ତର ସମ୍ପର୍କ ତେଣୁ ବିବାହ ହୋଇ ପାରିବ ନାହିଁ।

 କଞ୍ଜାମାଯୋଡ଼ି ଗାଁର ଏହି ଦୁଇ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ଦିନେ ଉଭୟଙ୍କୁ ଏକତ୍ରିତ ଥିବା ଗାଁ ଲୋକେ ଦେଖିଥିଲେ। ଏହାକୁ ନେଇ ଗାଁରେ ବୈଠକ ବସି ଉଭୟଙ୍କୁ ଏହି ଦଣ୍ଡ ଶୁଣାଇଥିଲେ | କେବଳ ଏତିକିରେ ସୀମିତ ନଥିଲା ଉଭୟଙ୍କୁ ଗାଁରୁ ତଡିଦିଆଯାଇଛି | ବର୍ତ୍ତମାନ୍ ପ୍ରେମୀଯୁଗଳ କେଉଁଠାରେ ଅଛନ୍ତି କାହାରିକୁ ଜଣା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe