ଓଡ଼ିଶାରେ ଲୁଚିଛି ମହାଲକ୍ଷ୍ମୀଙ୍କ ହତ୍ୟାକାରୀ! ଧରିବାକୁ ଆସିଛନ୍ତି ୪ଟି ଟିମ

Advertisment

କର୍ଣ୍ଣାଟକ ବେଙ୍ଗାଲୁରୁରେ ବହୁଚର୍ଚ୍ଚିତ ମହାଲକ୍ଷ୍ମୀଙ୍କ ହତ୍ୟା ଘଟଣାରେ ଗୁରୁତୁପୁର୍ଣ୍ଣ ସୂଚନା ଦେଇଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର | ସେ ଆଜି କହିଛନ୍ତି ଯେ ୨୯ ବର୍ଷ ବୟସ୍କା ମହିଳାଙ୍କ ନିର୍ମମ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଓଡିଶାରେ ଲୁଚିଥିବା ପୁଲିସ ସୂଚନା ପାଇଛି।

କର୍ଣ୍ଣାଟକ ବେଙ୍ଗାଲୁରୁରେ ବହୁଚର୍ଚ୍ଚିତ ମହାଲକ୍ଷ୍ମୀଙ୍କ ହତ୍ୟା ଘଟଣାରେ ଗୁରୁତୁପୁର୍ଣ୍ଣ ସୂଚନା ଦେଇଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର | ସେ ଆଜି କହିଛନ୍ତି ଯେ ୨୯ ବର୍ଷ ବୟସ୍କା ମହିଳାଙ୍କ ନିର୍ମମ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଓଡିଶାରେ ଲୁଚିଥିବା ପୁଲିସ ସୂଚନା ପାଇଛି।

Mahalaxmi

ଭୁବନେଶ୍ୱର: କର୍ଣ୍ଣାଟକ ବେଙ୍ଗାଲୁରୁରେ ବହୁଚର୍ଚ୍ଚିତ ମହାଲକ୍ଷ୍ମୀଙ୍କ ହତ୍ୟା ଘଟଣାରେ ଗୁରୁତୁପୁର୍ଣ୍ଣ ସୂଚନା ଦେଇଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର | ସେ ଆଜି କହିଛନ୍ତି ଯେ ୨୯ ବର୍ଷ ବୟସ୍କା ମହିଳାଙ୍କ ନିର୍ମମ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଓଡିଶାରେ ଲୁଚିଥିବା ପୁଲିସ ସୂଚନା ପାଇଛି। ତାଙ୍କୁ ଧରିବା ଏବଂ ମାମଲାର ସମାଧାନ ପାଇଁ ଓଡିଶାକୁ ୪ଟି ଟିମ ପଠାଯାଇଛି। 

ଜି ପରମେଶ୍ୱର କହିଛନ୍ତି ଯେ ଆମେ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛୁ, କାରଣ ଏହି ହତ୍ୟା ସମଗ୍ର ବେଙ୍ଗାଲୁରୁକୁ ଥରାଇ ଦେଇଛି। ସେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବାବଦରେ ମଧ୍ୟ ପୁଲିସ ସୂଚନା ପାଇଛି। କୁହାଯାଉଛି ଯେ ସେ ବାରମ୍ବାର ସ୍ଥାନ ବଦଳାଉଛନ୍ତି | ଉଲ୍ଲେଖ ଥାଉ କି ମହାଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିଲା ଏବଂ ବେଙ୍ଗାଲୁରୁର ମଲେଶ୍ୱରମ ଅଞ୍ଚଳରେ ଥିବା ଏକ କୋଠାରେ ତାଙ୍କ ଶରୀରକୁ ୫୦ରୁ ଅଧିକ ଖଣ୍ଡରେ କାଟି ଦିଆଯାଇଥିଲା।

 ଏଗୁଡିକ ଏକ ଫ୍ରିଜରୁ ଉଦ୍ଧାର କରାଯାଇଥିଲା | ପରମେଶ୍ୱର କହିଛନ୍ତି ଯେ ତାଙ୍କୁ ଧରିବା ପରେ ଆମେ ଅଧିକ ସୂଚନା ପାଇବୁ | ଦୁଇ-ତିନି ଜଣଙ୍କୁ ଅଟକ ରଖାଯାଇଛି, କିନ୍ତୁ ଉପଲବ୍ଧ ପ୍ରମାଣ ଏବଂ ସୂଚନାକୁ ଆଧାର କରି ଓଡିଶାର ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି।

ଘଟଣା କଣ?
କିଛି ଦିନ ତଳେ ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିବା ସହ ଟିକି ଟିକି କରି କାଟିଦେଇଥିବାର ଅଭିଯୋଗ ହୋଇଥିଲା | ମହିଳାଜଣକ ବିବାହିତ ଥିଲେ ଓ ତାଙ୍କର ୪ବର୍ଷର ଝିଅ ମଧ୍ୟ ଥିଲା | ମହିଳାଙ୍କ ସ୍ବାମୀ ହେମନ୍ତ ଅଭିଯୋଗ କରିଥିଲେ ଯେ ସେ ମହାଲକ୍ଷ୍ମୀଙ୍କୁ ବିବାହ କରିଥିଲେ। ତାଙ୍କର ଏକ ୪ବର୍ଷର ଝିଅ ବି ଅଛି। ହେଲେ ବିଭିନ୍ନ କଥାକୁ ନେଇ ଝଗଡ଼ା ହେଉଥିବାରୁ ମହାଲକ୍ଷ୍ମୀ ୯ମାସ ତଳେ ଅଲଗା ରହିବା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କର ଅସରଫଙ୍କ ସହ ଅନୈତିକ ସମ୍ପର୍କ ଆରମ୍ଭ ହୋଇଥିଲା। ଏବେ ଅସରଫ ହିଁ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଛନ୍ତି। ‌ତେବେ ହେମନ୍ତ ଏଭଳି ଦାବି କରୁଥିଲେ ବି ପୁଲିସ ପ୍ରକୃତ ସତ ଜାଣିବା ପାଇଁ ତଦନ୍ତ କରିବା ଆରମ୍ଭ କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe