ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକ୍ପଟର ଯାଞ୍ଚ ପ୍ରସଙ୍ଗ: ମହସିନଙ୍କ ନିଲମ୍ବନ ଉପରେ ଲାଗିଲା ରୋକ

Advertisment
ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକ୍ପଟର ଯାଞ୍ଚ ପ୍ରସଙ୍ଗ: ମହସିନଙ୍କ ନିଲମ୍ବନ ଉପରେ ଲାଗିଲା ରୋକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟର ଯାଞ୍ଚ ପ୍ରସଙ୍ଗରେ ବରିଷ୍ଠ ଆଇଏଏସ୍‌ ଅଫିସର ମହମ୍ମଦ ମହସିନ୍‌ଙ୍କ ନିଲମ୍ବନ ଉପରେ ରୋକ ଲାଗିଛି। ସେଣ୍ଟ୍ରାଲ ଆଡମିନିଷ୍ଟ୍ରେସନ ଟ୍ରିବ୍ୟୁନାଲ ରୋକ ଲଗାଇଥିବା ଜଣାପଡ଼ିଛି। ତିନି ସପ୍ତାହ ମଧ୍ୟରେ ଜବାବ ରଖିବାକୁ ଉଭୟ ପକ୍ଷକୁ ନିର୍ଦ୍ଦେଶ ହୋଇଛି।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟଟର ଯାଞ୍ଚ ଉଦ୍ୟମ କରି ସମ୍ବଲପୁରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କର୍ଣ୍ଣାଟକ କ୍ୟାଡର ଆଇଏଏସ ଅଧିକାରୀ ମହମ୍ମଦ ମହସିନଙ୍କୁ ନିଲମ୍ବନ କରାଯାଇଥିଲା। ଏସପିଜି ସୁରକ୍ଷା ବଳୟରେ ଥିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଯେଉଁ ବ୍ୟବସ୍ଥା ରହିଛି, ତାକୁ ଉଲଂଘନ କରାଯାଇଥିବା ଅଭିଯୋଗରେ ମହମ୍ମଦ ମହସିନଙ୍କୁ ନିଲମ୍ବନ କରାଯାଇଥିଲା। ନିକଟରେ ମୋଦୀଙ୍କ ସମ୍ବଲପୁର ଗସ୍ତ ବେଳେ ନିର୍ବାଚନ କମିସନଙ୍କ ଯେଉଁ ଗାଇଡଲାଇନ୍‌ ରହିଛି, ତାକୁ ପାଳନ କରା ଯାଇନଥିବା ଅଭିଯୋଗ ହୋଇଥିଲା। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରିପୋର୍ଟ କରିଥିଲେ।

ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ଯାଂଚ ପାଇଁ ନିର୍ବାଚନ କମିସନଙ୍କ ସ୍ୱତନ୍ତ୍ର ଅଧିକାରୀ ସମ୍ବଲପୁରରେ ପହଁଚିଥିଲେ। ତଦନ୍ତ ପରେ ଜେନେରାଲ ଅବଜରଭର ମହମ୍ମଦ ମହସିନ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe