ଗରଦପୁର:ତେଣ୍ଡାକୁଡା ପଂଚାୟତ ଅନ୍ତର୍ଗତ ବସନ୍ତପୁର ସାଇ ମନ୍ଦିରରେ ବାବାଙ୍କ ମହାସମାଧି ଦିବସ ପାଳିତ ହୋଇଯାଇଛି।
ପବିତ୍ର ଦଶହରା ଆଜିର ଦିନରେ ବାବା ମହସମାଧି ନେଇଥିଲେ।। ଶିରିଡିରେ ମହସମାରୋହରେ ଏହି ଦିବସ ପାଳନ ହେଉଥିବା ବେଳେ ସମସ୍ତ ସାଇ ମନ୍ଦିରମାନଙ୍କରେ ଏହି ଦିବସକୁ ବେଶ୍ ଧୁମ୍ ଧାମ ରେ ପାଳନ କରାଯାଉଛି। ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ଵାରା ପ୍ରାଣ ପ୍ରତିଷ୍ଠାକରାଯାଇଥିବା
ବସନ୍ତପୁର ସ୍ଥିତ ସାଇ ମନ୍ଦିରରେ ଏହି ଦିବସ ପାଳନ କରାଯାଉଛି। ସକାଳେ କାକଟ ଆଳତୀ , ସୂର୍ଯ୍ୟ ପୂଜା , ମହାଅଭିଷେକ, ମଧ୍ୟାହ୍ନ ଆଳତୀ, ସନ୍ଧ୍ୟା ଆଳତୀ ଏବଂ ରାତ୍ର ଆଳତିରେ ବାବାଙ୍କୁ ପୂଜା କରାଯାଉଛି। ବାବାଙ୍କୁ ବିଷ୍ଣୁ ସହସ୍ର ନାମରେ ବାବାଙ୍କୁ ମହଭିଷେକ କରାଯାଇଥିଲା। ଦୁଗ୍ଧ, ,ମହୁ, ଆଖୁରସ, ପଇଡ, ଲହୁଣୀ, ଅଗରୁ, ଚନ୍ଦନରେ ବାବାଙ୍କୁ ସ୍ନାନ କରାଯାଇ ମହାଭିଷେକ କରାଯାଇଥିଲା ।
ବାବାଙ୍କ ସ୍ନାନ ପରେ ବାବାଙ୍କୁ ନୂତନ ବାସ୍ତ୍ର ପରିଧାନ କରାଯାଇ ଆଳତୀ ପୂଜା କରାଯାଇ ଥିଲା। ବସ୍ତନ୍ତପୁର ସ୍ଥିତ ସାଇ ମନ୍ଦିରରେ ବାବାଙ୍କୁ ଦର୍ଶନ କରିବା ଏବଂ ସାନିଧ୍ୟ ଲାଭ ପାଇଁ ଭିଡ଼ ଦେଖିବାକୁ ମିଳିଥିଲା। ଶତାଧିକ ଭକ୍ତଙ୍କ ଭିଡ଼ରେ ବସନ୍ତପୁର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଟ୍ରଷ୍ଟର ସଭାପତି ଡ଼. ରୁଦ୍ର ମହାନ୍ତି ଏହାକୁ ପରିଚାଳନା କରିଥିଲେl
Follow Us