୧୭୬ ଲିଟର ମହୁଲି ମଦ, ୧୭୨୦ କେଜି ମହୁଲପୋଚ

Advertisment

ସହରକୁ ଦେଶୀ ମହୁଲି ମଦ ଚୋରାଚାଲାଣ ସୀମା ଟପିଲାଣି। ପ୍ରତିଦିନ ମୋଟର୍‌ସାଇକଲ, ଅଟୋ, କାର୍‌ ମାଧ୍ୟମରେ ସହର ଭିତରକୁ ମଦ ଆଣୁଛନ୍ତି ମାଫିଆ। ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଉଛି ସତ, କିନ୍ତୁ ତାହା ପର୍ଯ୍ୟାପ୍ତ ହେଉନି।

ସହରକୁ ଦେଶୀ ମହୁଲି ମଦ ଚୋରାଚାଲାଣ ସୀମା ଟପିଲାଣି। ପ୍ରତିଦିନ ମୋଟର୍‌ସାଇକଲ, ଅଟୋ, କାର୍‌ ମାଧ୍ୟମରେ ସହର ଭିତରକୁ ମଦ ଆଣୁଛନ୍ତି ମାଫିଆ। ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଉଛି ସତ, କିନ୍ତୁ ତାହା ପର୍ଯ୍ୟାପ୍ତ ହେଉନି।

seize

ରାଉରକେଲା: ସହରକୁ ଦେଶୀ ମହୁଲି ମଦ ଚୋରାଚାଲାଣ ସୀମା ଟପିଲାଣି। ପ୍ରତିଦିନ ମୋଟର୍‌ସାଇକଲ, ଅଟୋ, କାର୍‌ ମାଧ୍ୟମରେ ସହର ଭିତରକୁ ମଦ ଆଣୁଛନ୍ତି ମାଫିଆ। ଏମାନେ ମୁଖ୍ୟତଃ ରାଉରକେଲା ସଂଲଗ୍ନ କୁଆରମୁଣ୍ଡା, ବୀରମିତ୍ରପୁର, ଲାଠିକଟା, ବିଶ୍ରା, ନୂଆଗାଁ ଆଦି ବ୍ଲକରୁ ଆଣି ସହରର ବିଭିନ୍ନ ବସ୍ତିକୁ ଯୋଗାଉଛନ୍ତି। ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଉଛି ସତ, କିନ୍ତୁ ତାହା ପର୍ଯ୍ୟାପ୍ତ ହେଉନି। ଗତ କିଛି ଦିନ ହେଲା ଅବକାରୀ ବିଭାଗର ଧରପଗଡ଼ ଜାରି ରହିଛି। ଆଜି ମଧ୍ୟ ଅବକାରୀ ପୁଲିସ ୪ ଜଣ ମଦ ବେପାରିଙ୍କୁ ଗିରଫ କରିଛି।

 ଅଭିଯୁକ୍ତମାନେ ହେଉଛନ୍ତି ସୁଇଡିହିର ବଂଶୀ କିସାନ, ମୁଣ୍ଡାଯୋରର ସାନିଆରୁ ଟପ୍ପୋ, ମାଗ୍ରୀ ଟପ୍ପୋ ଓ ଆଜିନାଥ କୁମ୍ଭାର। ସେମାନଙ୍କଠାରୁ ୧୭୬ ଲିଟର ବେଆଇନ ମହୁଲି ମଦ ଓ ୧୭୨୦ କେଜି ମହୁଲପୋଚ ଜବତ ହୋଇଛି। ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ଓ ସୋମବାର ସକାଳେ ଅବକାରୀ ବିଭାଗ ପକ୍ଷରୁ ମୁଣ୍ଡାଯୋର, ସୁଇଡିହି, ଲାଠିକଟା ଆଦି ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଇଥିଲା।

ମଦ ପ୍ରସ୍ତୁତିରେ ମାତିଥିବା ୪ ଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥି‌ଲା। ତେବେ ଜଣେ ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଥିଲା। ଅବକାରୀ ଇନ୍ସପେକ୍ଟର ମୋହନ ପଧାନଙ୍କ ତତ୍ତ୍ବାବଧାନରେ ତଥା ଓଆଇସି ମନୁ ଆୟେଲଙ୍କ ନେତୃତ୍ବରେ ଏହି ଚଢ଼ଉ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe