ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ସାଲିହା ସ୍ଥିତ ଛାୱାରୀ ମଠ ବାବା ମହନ୍ତ ସଦାନନ୍ଦ ଭାରତୀଙ୍କୁ ଛୁରିରେ ଭୁସି ହତ୍ୟା ଉଦ୍ୟମ ଘଟଣାର ରହସ୍ୟ ଉ​ନ୍ମୋଚନ କରିଛି ପୁଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନୂଆପଡ଼ା ଷ୍ଟେସନପଡ଼ାର ଦେବା ମଣ୍ତଳ(୩୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏକ ପିସ୍ତଲ ଓ ଛୁରିକୁ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗତ ମାର୍ଚ୍ଚ ୧୯ ତାରିଖ ମଧ୍ୟାହ୍ନରେ ମହନ୍ତ ସଦାନନ୍ଦ ହରିପୁର ଛକକୁ ପରିବା କିଣିବାକୁ ଯାଇଥିଲେ। ଏହି ସମୟରେ ଯୋଜନାବଦ୍ଧ ଭାବେ ଦେବା ଓ ତାଙ୍କ ସାଥୀମାନେ ମହନ୍ତଙ୍କୁ ଆକ୍ରମଣ କରିଥିଲେ। ମହନ୍ତଙ୍କ ହାତ ଓ ଅଣ୍ଟାରେ ଛୁରି ଭୁସିବା ସହ ଗୁଳି ଫୁଟାଇ ଭୟଭୀତ କରିଥିଲେ। ତାଙ୍କର ଗଞ୍ଜେଇ କେଉଁଠି ଲୁଚାଇ ରଖିଛୁ ବୋଲି ପଚାରିଥିଲେ। କିନ୍ତୁ ମୁଁ କିଛି ଜାଣିନାହିଁ ଓ ଏହା ଛେଳି ଚରାଳିଙ୍କଠାରୁ କିଣିଲି ବୋଲି ମହନ୍ତ କହିଥିଲେ। ଏମିତି ଦୁଇଘଣ୍ଟା ଧରି କାର୍ରେ ବୁଲାଇ ଶେଷରେ ହରିପୁର ଛାକରେ ମହନ୍ତଙ୍କୁ ଛାଡ଼ିଦେଇ ଦୁବୃର୍ତ୍ତମାନେ ଚାଲି ଯାଇଥିଲେ। ସ୍ଥାନୀୟ ଲୋକେ ମହନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ମହନ୍ତ ଜଣକ ସୁସ୍ଥ ହୋଇ ଜୋଙ୍କ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଏକ ମାମଲା ରୁଜୁ କରି ଏସ୍ପିଙ୍କ ତତ୍ତ୍ବାବଧାନରେ ଜୋଙ୍କ ଆଇଆଇସି ପ୍ରଦୀପ ଧରୁଆଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ପୁଲିସ ଟିମ ତଦନ୍ତ ଆରମ୍ଭ କରିଥିଲା।
ଗତ ମାର୍ଚ୍ଚ ୧୯ ତାରିଖ ମଧ୍ୟାହ୍ନରେ ମହନ୍ତ ସଦାନନ୍ଦ ହରିପୁର ଛକକୁ ପରିବା କିଣିବାକୁ ଯାଇଥିଲେ। ଏହି ସମୟରେ ଯୋଜନାବଦ୍ଧ ଭାବେ ଦେବା ଓ ତାଙ୍କ ସାଥୀମାନେ ମହନ୍ତଙ୍କୁ ଆକ୍ରମଣ କରିଥିଲେ। ମହନ୍ତଙ୍କ ହାତ ଓ ଅଣ୍ଟାରେ ଛୁରି ଭୁସିବା ସହ ଗୁଳି ଫୁଟାଇ ଭୟଭୀତ କରିଥିଲେ। ତାଙ୍କର ଗଞ୍ଜେଇ କେଉଁଠି ଲୁଚାଇ ରଖିଛୁ ବୋଲି ପଚାରିଥିଲେ। କିନ୍ତୁ ମୁଁ କିଛି ଜାଣିନାହିଁ ଓ ଏହା ଛେଳି ଚରାଳିଙ୍କଠାରୁ କିଣିଲି ବୋଲି ମହନ୍ତ କହିଥିଲେ। ଏମିତି ଦୁଇଘଣ୍ଟା ଧରି କାର୍ରେ ବୁଲାଇ ଶେଷରେ ହରିପୁର ଛାକରେ ମହନ୍ତଙ୍କୁ ଛାଡ଼ିଦେଇ ଦୁବୃର୍ତ୍ତମାନେ ଚାଲି ଯାଇଥିଲେ। ସ୍ଥାନୀୟ ଲୋକେ ମହନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ମହନ୍ତ ଜଣକ ସୁସ୍ଥ ହୋଇ ଜୋଙ୍କ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଏକ ମାମଲା ରୁଜୁ କରି ଏସ୍ପିଙ୍କ ତତ୍ତ୍ବାବଧାନରେ ଜୋଙ୍କ ଆଇଆଇସି ପ୍ରଦୀପ ଧରୁଆଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ପୁଲିସ ଟିମ ତଦନ୍ତ ଆରମ୍ଭ କରିଥିଲା।
ଗତ ମାର୍ଚ୍ଚ ୨୦ରେ ଜୋଙ୍କ ପୁଲିସ ଖରିଆରରୋଡ଼ ସହରର ଦିନେଶ ଧ୍ରୁବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିଦିନ ଠାରୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବାଙ୍କୁ ଗିରଫ କରିବା ପାଇଁ ଜୋଙ୍କ ପୁଲିସ ଛାନଭିନ ଚଲାଇଥିଲା। ମୁଖ୍ୟ ଅଭିଯୁକ୍ତ ଦେବାଙ୍କ ଫଟୋକୁ ସମସ୍ତ ରେଲଓ୍ବେ ପୁଲିସ ଓ ଥାନାକୁ ଦେଇଥିଲା। ଗତ ୭ତାରିଖରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଲଓ୍ବେ ଷ୍ଟେସନରେ ଦେବାଙ୍କୁ ରେଲଓ୍ବେ ପୁଲିସ ଦେଖିଥିଲା। ପରେ ତାକୁ ପିଛା କରି ରାତିରେ କଳାହାଣ୍ତି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରୁ ରେଲଓ୍ବେ ପୁଲିସ ଗିରଫ କରି ଜୋଙ୍କ ଥାନା ପୁଲିସକୁ ହସ୍ତାନ୍ତର କରିଥିଲା। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ାରେ ପୁଲିସ ଚଢ଼ଉ କରି ପିସ୍ତଲ ଓ ଛୁରିକୁ ଜବତ କରିଥିଲା। ତେବେ ଗଞ୍ଜେଇ କିଣା ବିକାକୁ ନେଇ ମହନ୍ତ ଓ ଦେବାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଦେବା ଉତ୍ୟକ୍ତ ହୋଇ ମହନ୍ତଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଛୁରା ମାଡ଼ କରିବା ସହ ଗୁଳି ଚାଳନା କରିଥିଲେ। ମୁଖ୍ୟ ଅଭିଯୁକ୍ତ ଦେବାଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଏସ୍ପି ଶ୍ରୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।
Follow Us