ଭଦ୍ରକ: ପୋଡ଼ିଗଲା ୬୦ ବଖରା, ୨୫ ପରିବାର ସର୍ବସ୍ୱାନ୍ତ

Advertisment
ଭଦ୍ରକ: ପୋଡ଼ିଗଲା ୬୦ ବଖରା, ୨୫ ପରିବାର ସର୍ବସ୍ୱାନ୍ତ

ଭଦ୍ରକ: ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଧୁଷୁରୀ ଥାନା ଅନ୍ତର୍ଗତ କାସିମପୁର ପଞ୍ଚାୟତର ଖଡ଼ିମାହାରା ଗାଁର ଭାରତୀ ସାହିରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୨୫ ପରିବାରର ୬୦ ବଖରା ଘର ପୋଡ଼ି ଯିବା ସହିତ ଲକ୍ଷଲକ୍ଷ ଟଙ୍କାର ଧନସମ୍ପତ୍ତି ନିଆଁରେ ପୋଡି ସ୍ୱାହା ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଗାଁର ଲୋକେ ଖାଇପିଇ ଶୋଇଥିବା ବେଳେ ହଠାତ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ରାତି ପ୍ରାୟ ୩ଟା ବେଳେ ଗାରେ ଥିବା ଜଣକ ଚାଳଘରେ ନିଆଁ ଲାଗି ଯାଇଥିିଳା। ଚାହୁଁ ଚାହୁଁ ନିଆଁ କରାଳ ଆଁ କରି ଗାଁର ଘର ପରେ ଘରକୁ ଗିଳି ଯାଇଥିଲା। ଖବର ପାଇ ଭଦ୍ରକ, ଧାମନଗର ଓ ଭଣ୍ଡାରିପୋଖରିରୁ ୩ଟି ଦମକଳ ଆସି ସ୍ଥାନୀୟ ଲୋକଙ୍କ ସହାତାରେ ନିଆଁକୁ ଆୟତ କରିଥିଲେ। ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ବହୁ କଷ୍ଟରେ ନିଆଁକୁ ଆୟତ କରାଯାଇଛି। ମାତ୍ର ସେତେବେଳକୁ ୨୫ଟି ପରିବାରର ସବୁକିଛି ଜଳି ଯାଇଥିିଲା। ମୋଟ ୬୦ ବଖରା ଘର ସହିତ ଧାନଚାଉଳ, ଆସବାବପତ୍ର ଓ ଲୁଗାପଟା ଜଳି ପାଉଁଶ ହୋଇ ଯାଇଥିଲା। ଲୋକେ କେବଳ ସେମାନଙ୍କ ପିନ୍ଧା ଲୁଗା ବ୍ୟତୀତ ଆଉ କିଛି ବଞ୍ଚାଇ ପାରି ନାହାଁନ୍ତି। ଏହି ଅଗ୍ନିକାଣ୍ଡରେ ପ୍ରାୟ ଅଧା ଗାଁ ପୋଡ଼ି ପାଉଁଶ ହୋଇଯାଇଥିବାରୁ ଲୋକମାନଙ୍କର ପରିସ୍ଥିତି ଦୟନୀୟ ହୋଇ ଉଠିଛି।ଲୋକେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଖବର ପାଇ ପ୍ରଶାସନ ଆଜି ସକାଳୁ ଗାଁରେ ପହଞ୍ଚି ଲୋକଙ୍କୁ ତତ୍କାଳ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe