(Photo Credits: PTI)
ନୂଆଦିଲ୍ଲୀ: ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମେଲଗାଓଁ ବୋମା ବିସ୍ଫୋରଣ ପୀଡ଼ିତଙ୍କ ବାପା ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜାଣିରଖନ୍ତୁ ଯେ ସାଧ୍ୱୀ ପ୍ରଜ୍ଞା ଭୋପାଳରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।
ଡାକ୍ତରୀ ସମସ୍ୟା ଦର୍ଶାଇ ବେଲ୍ରେ ଯାଇଥିବା ସିଂହ ଠାକୁରଙ୍କ ଜାମିନକୁ ରଦ୍ଦ କରିବା ପାଇଁ ଆବେଦନକାରୀ ଆବେଦନ କରିଛନ୍ତି। ଆବେଦନକାରୀ ଯୁକ୍ତି କରି କହିଛନ୍ତି ଯେ ଯଦି ସେ ନିର୍ବାଚନ ଲଢ଼ିପାରୁଛନ୍ତି ତେବେ ୨୦୧୭ ମସିହାରେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାକୁ ଲକ୍ଷ କରି ଦିଆଯାଇଥିବା ଜାମିନ୍ ଭିତ୍ତିହୀନ। ଜଣେ ଅସୁସ୍ଥ ମଣିଷ ନିର୍ବାଚନ କିପରି ଲଢ଼ିବ ବୋଲି ସେ ଯୁକ୍ତି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମେଲଗାଁ ବିସ୍ଫୋରଣ ମାମଲାରେ ମକଦମାରେ ଛନ୍ଦି ହୋଇପଡ଼ିଥିବା ସ୍ୱାଧୀ ପ୍ରଜ୍ଞାକୁ ବିଜେପି ବୁଧବାର ଭୋପାଳରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ଦେଇଛି। ସେଠାରୁ ସେ ସିଧାସଳଖ ଭାବେ କଂଗ୍ରେସର ହେଭିଓଏଟ୍ ତଥା ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ଜାଣିବାକୁ ମିଳିଛି ଯେ ବିଜେପିରେ ମିଶିବାର ମାତ୍ର କିଛି ସମୟ ପରେ ଦଳ ତାଙ୍କୁ ଟିକେଟ୍ ଦେଇଛି।
Follow Us