ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଉତ୍ତମ ରୋଗୀ ସେବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ନର୍ସିଂ ସିଷ୍ଟର ସଂଯୁକ୍ତା ସେଠୀଙ୍କୁ ଚଳିତବର୍ଷ ଜାତୀୟସ୍ତରରେ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାରରେ ସମ୍ମାନିତ କରାଯିବ। ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡା.ଧନେଶ୍ଵର ମହାପାତ୍ର ପ୍ରକାଶ କରିଛନ୍ତି ଯେ ଆସନ୍ତା ସେପ୍ଟେମ୍ବର ୧୧ରେ ରାଷ୍ଟ୍ରପତି ଭବନ ପରିସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବେ।
ଉତ୍ତମ ରୋଗୀ ସେବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ନର୍ସିଂ ସିଷ୍ଟର ସଂଯୁକ୍ତା ସେଠୀଙ୍କୁ ଚଳିତବର୍ଷ ଜାତୀୟସ୍ତରରେ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାରରେ ସମ୍ମାନିତ କରାଯିବ। ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡା.ଧନେଶ୍ଵର ମହାପାତ୍ର ପ୍ରକାଶ କରିଛନ୍ତି ଯେ ଆସନ୍ତା ସେପ୍ଟେମ୍ବର ୧୧ରେ ରାଷ୍ଟ୍ରପତି ଭବନ ପରିସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବେ।
ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଏହି ସୂଚନା ମିଳିବା ପରେ ମେଡ଼ିକାଲ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଲିଯାଇଛି। ଶ୍ରୀମତୀ ସେଠୀ ହେଉଛନ୍ତି ସମାଜସେବୀ ଉମାକାନ୍ତ ସାହୁଙ୍କ ଧର୍ମପତ୍ନୀ। ସେ ଦୀର୍ଘବର୍ଷ ହେଲା ଜିଲ୍ଲା ଚିକିତ୍ସାଳୟରେ ନସିଂ ଅଫିସର ଭାବେ କାର୍ଯ୍ୟ କରି ଲୋକପ୍ରିୟ ହେବା ସହ ବେଶ ସୁନାମ ଅର୍ଜନ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ସ୍କୁଲ ସମ୍ମୁଖରୁ ମଦ ବାର-ଦୋକାନ ହଟିବ ତ?
Follow Us