India Today
କୋଲକାତା: ତ୍ରୁଣ ମୂଳ କଂଗ୍ରେସ (ଟିଏମ୍ସି) ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ମାନହାନୀ ନୋଟିସ୍ ଜାରି କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ଡାଇମଣ୍ଡ୍ ହର୍ବର ଠାରେ ଏକ ପବ୍ଲିକ ରାଲିକୁ ସମ୍ବୋଧନ କଲା ବେଳେ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି।
ତ୍ରୁଣ ମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଥିବା ଶିତଳ ଯୁଦ୍ଧ ପରେ ଅଭିଷେକ ବାନାର୍ଜୀ ଏପରି ଅଭିଯୋଗ ଆଣିଛନ୍ତି। ଅଭିଷେକ ବାନାର୍ଜୀଙ୍କୁ ତ୍ରୁଣ ମୂଳ କଂଗ୍ରେସ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଚେହେରା ଭାବେ ବିବେଚନା କରାଯାଏ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଅଭିଷେକ ଡାଇମଣ୍ଡ ହର୍ବରଠାରେ ବିଜେପି ପ୍ରାର୍ଥୀ ନିଲାଞ୍ଜନ ରାୟଙ୍କ ବିରୋଧରେ ନିର୍ବାଚନ ଲଢ଼ିଛନ୍ତି। ସେ ସଂପୃକ୍ତ ଅଞ୍ଚଳରେ ସାନି ମତଦାନ ପାଇଁ ନିବେଦନ କରିଛନ୍ତି।
ଅଭିଷେକ ବାନାର୍ଜୀଙ୍କୁ ଟାର୍ଗେଟ କରି ମୋଦୀ କହିଥିଲେ କି ସେ ଏଥର ନିର୍ବାଚନରେ ଅଭିଷେକ ବାନାର୍ଜୀ ହାରୁଛନ୍ତି। ସେ ଥରେ ହାରିବା ପରେ ତାଙ୍କ ଅଫିସ୍ରେ ତାଲା ପଡ଼ିବ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସମସ୍ତ ନିର୍ବାଚନ ରାଲି ସମାପ୍ତ କରିବା ପରେ ଆଜି କେଦାରନାଥରେ ପହଞ୍ଚି ତପସ୍ୟାରତ ଥିବା ଅବସ୍ଥାରେ ତାଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି।
Follow Us