ନିଜର ୮୭ ବର୍ଷୀୟା ଦିବ୍ୟାଙ୍ଗ ମାଆଙ୍କୁ କାନ୍ଧେଇ ନେଇ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଯୁବକ

Advertisment
ନିଜର ୮୭ ବର୍ଷୀୟା ଦିବ୍ୟାଙ୍ଗ ମାଆଙ୍କୁ କାନ୍ଧେଇ ନେଇ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଯୁବକ

Photo Credit: ANI

ମାଲଦା: ଦେଶରେ ୧୩ଟି ରାଜ୍ୟ, ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ୧୧୭ଟି ଆସନ ବିଶିଷ୍ଟ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ଏହି ତୃତୀୟ ପର୍ଯ୍ୟାୟ ମତଦାନରେ ଚର୍ଚ୍ଚା ପାଲଟିଛନ୍ତି ପଶ୍ଚିମବଙ୍ଗର ଜଣେ ଯୁବକ। ପଶ୍ଚିମବଙ୍ଗର ମାଲଦାର ଏହି ଯୁବକ ଜଣକ ତାଙ୍କର ୮୭ ବର୍ଷୀୟା ଦିବ୍ୟାଙ୍ଗ ମାଆଙ୍କୁ ଟେକି ଟେକି ମତଦାନ କେନ୍ଦ୍ରକୁ ନେଇଯିବା ଘଟଣାରୁ ଗଣତନ୍ତ୍ର ପ୍ରତି ତାଙ୍କ ସମ୍ମାନକୁ ପ୍ରମାଣ କରୁଛି। ଯୁବକ ଜଣକ ତାଙ୍କ ମାଆଙ୍କୁ ମାଲଦାର କୋଟଓ୍ଵାଲି ପ୍ରାଇମେରି ଜୁନିୟର୍‌ ବେସିକ୍‌ ସ୍କୁଲ୍‌ର ମଦଦାନ କେନ୍ଦ୍ରକୁ କୋଳରେ ଧରି ନେବା ପରେ ସୋସିଆଲ୍‌ ମିଡିଆରେ ବେଶ୍‌ ଚଚ୍ଚିତ ପାଲଟି ଯାଇଛନ୍ତି।

ଏପରି ଅନେକ ସ୍ୱତନ୍ତ୍ର ମତଦାତାଙ୍କ ପାଇଁ ଆମ ଗଣତନ୍ତ୍ର ଏତେ ସବଳ ହୋଇପାରିଛି। ସେହି ସ୍ୱତନ୍ତ୍ର ମତଦାତାଙ୍କ ଭିତରେ ଅଛନ୍ତି ୧୦୨ ବର୍ଷୀୟା ସର୍ଗୁଲ୍‌ ବିବି, ଯିଏକି ୧୯୫୦ ମସିହାରୁ ଏବେ ପର୍ଯ୍ୟନ୍ତ କେବେ ବି ନିଜର ମତଦାନ କରିବାର ଅଧିକାରରୁ ବଞ୍ଚିିତ ହୋଇନାହାନ୍ତି। ଜମ୍ମୁ-କଶ୍ମୀରର ଦୋଦା ଜିଲ୍ଲାର ଧାତ୍ରୀଠାରେ ୧୦୮ ବର୍ଷ ବୟସ୍କ ଧରମ ସିଂହ ହେଉଛନ୍ତି ଆଉ ଜଣେ ଉଦାହରଣ। ଏମାନଙ୍କ ବ୍ୟତୀତ ମଣିପୁରର ୧୦୦ ବର୍ଷିଅ ଓ୍ଵାଙ୍ଗଖେମୟୁମ ଭାନୁ, କର୍ଣ୍ଣାଟକର ୧୦୭ ବର୍ଷିଅ ପଦ୍ମଶ୍ରୀ ବିଜେତା ସାଲୁମାରଦା ଥିମାକା ଅନ୍ୟତମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe