ଶଶୁରଘରେ ଥିବା ପତ୍ନୀଙ୍କ ବିରହ ସହ୍ୟ ନକରି ଜୀବନ ହାରିଲେ ସ୍ବାମୀ

Advertisment
ଶଶୁରଘରେ ଥିବା ପତ୍ନୀଙ୍କ ବିରହ ସହ୍ୟ ନକରି ଜୀବନ ହାରିଲେ ସ୍ବାମୀ

indiatoday

ଲ‌କ୍ଷ୍ନୌ: କରୋନା ଭାଇରସ୍‌ କେବଳ ପ୍ରତ୍ୟେକ୍ଷରେ ନୁହେଁ, ପରୋକ୍ଷରେ ବି ବହୁ ଜୀବନ ନେଉଥିବାର ଉଦାହରଣ ସବୁ ଦେଖିବାକୁ ମିଳୁଛି। ଆପଣଙ୍କୁ ବିଶ୍ବାସ ହୋଇନପାରେ, ମାତ୍ର କଥାଟି ସତ। ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ନିଜଠାରୁ ଦୂରରେ ଥିବା ତାଙ୍କ ପତ୍ନୀଙ୍କୁ ଅତ୍ୟଧିକ ମନେ ପକାଇବା କାରଣରୁ ନିଜ ଘର ସିଲିଂ ଫ୍ୟାନ୍‌ରେ ଦଉଡ଼ା ଦେଇ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି। ବ୍ୟକ୍ତିଙ୍କର ପତ୍ନୀ ତାଙ୍କ ବାପ ଘରକୁ ଯାଇଥିଲେ। ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ କ‌ାରଣରୁ ସେ ଫେରିନପାରିବାରୁ ବ୍ୟକ୍ତି ଜଣଙ୍କ ତାଙ୍କ ବିଚ୍ଛେଦ ଦୁଃଖ ସହ୍ୟ ନକରି ପାରି ଜୀବନ ହାରିଥିବା ଜାଣିବାକୁ ମିଳିଛି।

ଏହି ଘଟଣାଟି ଉତ୍ତରପ୍ରଦେଶର ରାଧା କୁଣ୍ଡ୍‌ ଅଞ୍ଚଳରେ ବୁଧବାର ଘଟିଛି। ମୃତକ ଜଣକ ହେଉଛନ୍ତି ରାକେଶ ସୋନି। ମୃତ୍ୟୁ ବେଳକୁ ରାକେଶଙ୍କୁ ୩୨ ବର୍ଷ ବୟସ ହୋଇଥିଲା।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ରାକେଶଙ୍କ ଜୀବନରେ ଅନ୍ୟ ସେପରି କୌଣସି ବଡ଼ ଦୁଃଖ ନଥିଲା। ସେ ତାଙ୍କ ପତ୍ନୀଙ୍କୁ ଖୁବ୍‌ ଶ୍ରଦ୍ଧା କରୁଥିଲେ। ପତ୍ନୀ ତାଙ୍କ ବାପଘରେ ଫସି ରହିବା କଥାକୁ ଗ୍ରହଣ କରିପାରିଲେ ନାହିଁ ରାକେଶ। ପତ୍ନୀଙ୍କ ବିରହରେ ବେଶି ଦିନ କାଟି ନପାରି ସେ ଶେଷରେ ବେକରେ ଦଉଡ଼ା ଦେଇ ଆତ୍ମହତ୍ୟା କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe