InsideNE
ଐଜଲ୍: କରୋନା ଭାଇରସ୍ ମୁକାବିଲା ପାଇଁ ପୂର୍ବରୁ ଅନେକ ଲୋକଙ୍କ ଅନୁଦାନ ଦେଖିବାକୁ ମିଳିଥିବା ବେଳେ ମନ କିଣିଛନ୍ତି ଜଣେ ୯୫ ବର୍ଷ ବୟସ୍କା ବୃଦ୍ଧା। ମିଜୋରାମ୍ର ଏହି ବୃଦ୍ଧା ଜଣକ ସରକାରଙ୍କ ରିଲିଫ୍ ପାଣ୍ଠିକୁ ତାଙ୍କ ମୃତ ବିଧାୟକ ସ୍ବାମୀଙ୍କ ଗୋଟାଏ ମାସର ପେନ୍ସନ୍ ଦେଇ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ତାଙ୍କର ଏହି ଅନୁଦାନ ଦେଇଥିବା ସୂଚନା ରହିଛି।
ବୃଦ୍ଧାଙ୍କ ନାମ ଏନ୍ଘାକ୍ଲାନି। ଏହି ବିଧବ ବୃଦ୍ଧା ଏକ ଟେଲର୍ ଚଳାନ୍ତି। କରୋନା ଭାଇରସ୍କୁ ନେଇ ପୃଥିବୀ ସାରା ଲୋକ ହଇରାଣ ହଉଥିବା ଦେଖି ସେ ନିଜ ରାଜ୍ୟ ପାଇଁ କିଛି କରିବାକୁ ଚାହୁଁଥିଲେ। ଶେଷରେ ସେ ନିଜ ସ୍ବାମୀଙ୍କ ଗୋଟାଏ ମାସର ପେନ୍ସନ୍ ଟଙ୍କା ଦେଇ ତାଙ୍କ ଇଚ୍ଛା ପୂରା କରିଛନ୍ତି ବୋଲି ତାଙ୍କ ବୋହୂ ଗଣମାଧ୍ୟମରେ ଜଣାଇଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ବୃଦ୍ଧା ଜଣକ ସ୍ବାମୀଙ୍କ ପେନ୍ସନ୍ ରାଶି ଅର୍ଥାତ ୧୪,୫୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି। ସେ ନିଜେ ଜଣେ ଟେଲର୍ ଚାଳକ ହୋଇଥିବା କାରଣରୁ କରୋନା ମୁକାବିଲା ପାଇଁ ତାଙ୍କର ମଧ୍ୟ ସିଧାସଳଖ ଅଂଶଦାନ ରହିଛି। ସେ କରୋନା ଭାଇରସ୍କୁ ଦୂରେଇ ଦେବା ପାଇଁ ନିଜେ ଫେସ୍ମାସ୍କ ବି ତିଆରି କରିଛନ୍ତି।
ସହରରେ ଥିବା ଏକ ନର୍ସିହୋମ୍ର ଡକ୍ଟର ଓ ନର୍ସମାନଙ୍କୁ ସେ ପାଖାପାଖି ୩୦ଟା ମାସ୍କ ଦାନ କରିଛନ୍ତି। ତାଙ୍କର ଏହି ଉଦାରତା ହେତୁ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂରି ଭୂରି ପ୍ରଶଂସା କରିଛନ୍ତି।
Follow Us