ଟୁସୁ ମେଳା ଦେଖି ଫେରୁଥିଲେ, ବାଇକ୍ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ରାଇରଙ୍ଗପୁର-ଗୋରୁମହିଷାଣୀ ମୁଖ୍ୟ ରାସ୍ତାର ନସକରିଆ ପାହାଡ ନିକଟରେ ବାଇକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ସାନପାଖଣା ପଂଚାୟତର କୁକୁର ଝରଣ ଗ୍ରାମର ରାମରାୟ ନାଏକ।

Dead

ରାଇରଙ୍ଗପୁର: ରାଇରଙ୍ଗପୁର-ଗୋରୁମହିଷାଣୀ ମୁଖ୍ୟ ରାସ୍ତାର ନସକରିଆ ପାହାଡ ନିକଟରେ ବାଇକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି  ସୂଚନା ଅନୁଯାୟୀ ଆଧାରରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ସାନପାଖଣା ପଂଚାୟତର କୁକୁର ଝରଣ ଗ୍ରାମର ରାମରାୟ ନାଏକ (୬୦)ଙ୍କ ଜଣେ ବନ୍ଧୁଙ୍କ ସହିତ ଶୁଣ୍ଢଳ ଗ୍ରାମରୁ ଟୁସୁ ପର୍ବ ଦେଖି ସାଇକେଲକୁ ଗଡ଼ାଇ ଚାଲି ଚାଲି କଥାବାର୍ତ୍ତା ହୋଇ ଘରକୁ ଫେରୁଥିବା ସମୟରେ ବିଶୋଇ ଥାନା ଅନ୍ତର୍ଗତ ସାରସପଦା ଗ୍ରାମର ଉଗ୍ରସେନ ସିଙ୍କ ପୁତ୍ର ଆଦିତ୍ୟ (୩୧) (ଓଡି-୧୧-ଜେ-୯୧୩୫)ବାଇକରେ ପଛରୁ ଧକ୍କା ଦେଇଥିଲେ ଯାହା ଫଳରେ ରାମରାୟ ପିଚ ରାସ୍ତା ଉପରେ ଛିଟିକି ପଡିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା

 ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ଗ୍ରାମାଂଚଳ ଥାନାରେ କେସ ନଂ ୧୨/୨୫ରେ ମାମଲା ରୁଜୁ କରି ମୃତ ରାମରାୟଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବାଇକ୍ ଆରୋହୀ ଆଦିତ୍ୟଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥିତ ପିଏମଆର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe