ପ୍ରେମ ବିବାହର ୨୪ ଘଣ୍ଟା ନ ପୁରୁଣୁ ଭଉଣୀକୁ ବିଧବା ସଜାଇଲା ଭାଇ!

Advertisment
ପ୍ରେମ ବିବାହର ୨୪ ଘଣ୍ଟା ନ ପୁରୁଣୁ ଭଉଣୀକୁ ବିଧବା ସଜାଇଲା ଭାଇ!

କୋଟ୍ଟାୟାମ(କେରଳ) ପ୍ରେମ ବିବାହାର ୨୪ ଘଣ୍ଟା ପୁରି ନାହିଁ। ବାହାଘରର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରେ ପଶି ଝିଅର ସ୍ୱାମୀଙ୍କୁ ବନ୍ଧୁୁକ ଦେଖାଇ ଅପହରଣ କରିନେଲେ। ଆଉ ଅପହରଣର ୧୨ ଘଣ୍ଟା ପରେ ପତିଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖି କିଂକର୍ତ୍ତବ୍ୟବିମୁଢ଼ ହୋଇି ପଡ଼ିଲେ ନବବଧୁ। ଶେଷରେ ସାହାସ ସଞ୍ଚୟ କରି ନିଜ ଭାଇଙ୍କ ବିରୋଧରେ ଅଭିଯୋଗ କଲେ। ତାହା ପୁଣି ତାଙ୍କ ସ୍ୱାମୀଙ୍କ ଅପହରଣ ଓ ହତ୍ୟା ନେଇ। ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

publive-image
କେରଳର କୋଟେୟାମ ଜିଲ୍ଲାର କେଭିନ୍‌ ପି ଜୋଶେଫ(୨୩ ବର୍ଷ)ଓ କୋଲାମ ଜିଲ୍ଲାର ନୀନୁଙ୍କ ମଧ୍ୟରେ ଗତ ଦୁଇ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। କେଭିନ ଦଳିତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ହୋଇଥିବା ବେଳେ ନୀନୁଙ୍କ ବାପା ଜଣେ ଖ୍ରୀଷ୍ଟିଆନ ଓ ମାଆ ଜଣେ ମୁସଲିମ୍‌। ଗତ ଶନିବାର ଦନ ଉଭୟ ପରିବାରର ଇଛା ବିରୋଧରେ କେଭିନ ଓ ନୀନୁ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। ତେବେ ଏହାକୁ ନୀନୁଙ୍କ ପରିବାର ବିରୋଧ କରୁଥିଲେ । ବିଶେେ କରି ନୀନୁଙ୍କ ଭାଇ ଏହି ବିବା ବିରୋଧରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ।। ବିବାହାର କେଇ ଘଣ୍ଟା ନ ପୁରୁଣୁ କେଭିନଙ୍କୁ କେତେକ ଲୋକ ବନ୍ଧୁକ ଦେଖାଇ ଅପହରଣ କରିନେଲେ। ତା ପରଦିନ କେଭିନଙ୍କ ମୃତଦେହ କୋଲାମ ଠାରୁ କେତେ କିଲୋମିଟର ଦୂର ଚାଲିଏକେରାଠାରେ ମିଳଥିଲା। ଏହା ତା ଭାଇ ଓ ପରିବାର କାର୍ଯ୍ୟ ବୋଲି ନୀନୁ ଅଭିଯୋଗ କରିବା ପରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ କେଭିନଙ୍କ ଅପହରଣରେ ବ୍ୟବହୃତ ଇନୋଭା ଗାଡ଼ିଟିକୁ ଜବତ କରିଛି। ତେବେ କେଭିନଙ୍କ ଅପହରଣ ପରେ ନୀନୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଆଳରେ ଏହାକ୍‌ୁ ହାଲୁକାଭାବେ ନେଇଥିଲା ବୋଲିି ନୀନୁ ଅଭିଯୋଗ କରିଛନ୍ତି। ଉଭୟ କେଭିନ ହତ୍ୟା ଓ ପୁଲିସ ଅଧିକାରୀଙ୍କ ଉଦାସୀନତା ନେଇ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋଟାୟାମ ଜିଲ୍ଲା ଏସପି ଭିଏମ ମହମ୍ମଦ ରଫିକ୍‌୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe