ଜନଶୁଣାଣିରେ ଉଠିଲା ମାଙ୍ଗାନିଜ୍‌ ପଥର ଲୁଟ୍‌ ପ୍ରସଙ୍ଗ, ଡିଏଫ୍‌ଓ ଓ ଡିଡିଏମ୍‌ କଥା କଟାକଟି

Advertisment

ଜିଲ୍ଲାପାଳ ଯୁଗ୍ମ ଜନଶୁଣାଣିରେ ଉଠିଛି କୋଇଡା ସଂରକ୍ଷିତ ଜଙ୍ଗଲରୁ ଅବାଧ ମାଙ୍ଗାନିଜ ପଥର ଲୁଟ୍‌ ପ୍ରସଙ୍ଗ। ଏ ସମ୍ପର୍କିତ ଚିଠିକୁ ନେଇ କଥା କଟାକଟି ହୋଇଛନ୍ତି ବଣାଇ ଡିଏଫ୍‌ଓ ଲଳିତ କୁମାର ପାତ୍ର ଏବଂ କୋଇଡ଼ା ଡିଡିଏମ୍‌  ଅସିତ କୁମାର ବେହେରା।

bhj

ରାଉରକେଲା/କୋଇଡା: ଜିଲ୍ଲାପାଳ ଯୁଗ୍ମ ଜନଶୁଣାଣିରେ ଉଠିଛି କୋଇଡା ସଂରକ୍ଷିତ ଜଙ୍ଗଲରୁ ଅବାଧ ମାଙ୍ଗାନିଜ ପଥର ଲୁଟ୍‌ ପ୍ରସଙ୍ଗ। ଏ ସମ୍ପର୍କିତ ଚିଠିକୁ ନେଇ କଥା କଟାକଟି ହୋଇଛନ୍ତି ବଣାଇ ଡିଏଫ୍‌ଓ ଲଳିତ କୁମାର ପାତ୍ର ଏବଂ କୋଇଡ଼ା ଡିଡିଏମ୍‌  ଅସିତ କୁମାର ବେହେରା। ଡିଏଫ୍‌ଓ ଶ୍ରୀ ପାତ୍ର ଚିଠି ଲେଖିଲେ କ’ଣ ହେବ ବୋଲି ଡିଡିଏମ୍‌ଙ୍କୁ ପ୍ରଶ୍ନ କରିଥିଲେ। କେହି ବାହାରୁ ଆସି ସମସ୍ୟାର ସମାଧାନ କରିବେ ନାହିଁ। ରେଞ୍ଜର ଚୋରା ମାଙ୍ଗିନିଜ୍‌ ପଥର ଜବତ କରିବାକୁ କେବେ ମନା କରିନାହାନ୍ତି। ରେଞ୍ଜରଙ୍କୁ ଜଣାଇ ମାଙ୍ଗନିଜ୍‌ ପଥର ଜବତ କରନ୍ତୁ। କେତେ ପରିମାଣରେ ମାଙ୍ଗାନିଜ ପଥର ଜବତକଲେ ରେଞ୍ଜରଙ୍କୁ ଜଣାନ୍ତୁ ବୋଲି କହିଥିଲେ।

ଉଭୟ ଅଧିକାରୀଙ୍କ ମଧ୍ୟରେ ଏହି ବାର୍ତ୍ତାଳାପର ଦୁଇ ବିଭାଗ ମଧ୍ୟରେ ସମନ୍ବୟ ନଥିବା ପ୍ରମାଣିତ କରିଥିଲା। ଅପରପକ୍ଷରେ ଏହାର ଭରପୂର ଫାଇଦା ଉଠାଉଛନ୍ତି ଖଣି ମାଫିଆ। ନିୟମିତ ବ୍ୟବଧାନରେ ଚଢ଼ଉ ହେଉ ନଥିବାରୁ ବର୍ଷବର୍ଷ ଧରି ମାଙ୍ଗାନିଜ ପଥର ଲୁଟ୍‌ ଚାଲିଛି। ସଂରକ୍ଷିତ ଜଙ୍ଗଲରେ ବେଆଇନ ଖଣି ଉତ୍ତୋଳନ ହେଉଛି। ମାସକୁ ସରକାର କୋଟିକୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଗତ ଜାନୁଆରି ୩୦ରେ ଖଣି ଅଧିକାରୀ ବିକେ ସାହୁଙ୍କ ସମେତ ଅନ୍ୟ ତିନି ଅଧିକାରୀ କୋଇଡ଼ା ଉପନିର୍ଦେଶଙ୍କୁ ବେଆଇନ ଖଣିଖନନ ରୋକିବା ସଂକ୍ରାନ୍ତରେ ଚିଠି ଲେଖିଥିଲେ। ଚିଠିରେ ଦର୍ଶାଇଥିଲେ, ମାଲଦା ବନାଞ୍ଚଳର ୫ଟି ସ୍ଥାନରେ ବେଆଇନ ଖଣି ଉତ୍ତୋଳନ କରାଯାଉଛି। ଏଠାରୁ ବିପୁଳ ପରିମାଣର ମାଙ୍ଗାନିଜ୍‌ ବାହାର କରି ଗଚ୍ଛିତ ରଖାଯାଉଛି। ମାଙ୍ଗାନିଜ ଜବତ କରିବାକୁ ଖଣିଅଧିକାରୀଙ୍କ ନେତୃତ୍ବରେ ଏକଟିମ୍‌ ଡମ୍ପର ଓ ଲୋଡର ନେଇ ସେଠାରେ ପହଞ୍ଚିଥିଲେ। କିନ୍ତୁ ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ ଫରେଷ୍ଟର ଓ ଫରେଷ୍ଟଗାର୍ଡ ମାଙ୍ଗନିଜ୍‌ ଜବତ କରିବାକୁ ଖଣି ଅଧିକାରୀଙ୍କୁ ଅନୁମତି ଦେଇ ନଥିଲେ। ଖଣି ଅଧିକାରୀଙ୍କଠୁ ଏମିତି ତଥ୍ୟ ମିଳିବାର ଦିନକ ପରେ କୋଇଡ଼ା ଖଣି ଉପନିର୍ଦେଶକ ରାଜ୍ୟ ଖଣି ନିର୍ଦେଶକଙ୍କୁ ଘଟଣା ସମ୍ପର୍କରେ ଚିଠି ଲେଖି ଜଣାଇଥିଲେ। ବେଆଇନ ଖଣିମାଲିକ ଓ ମାଫିଆଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ଅନୁରୋଧ କରିଥିଲେ।

 ଉପନିର୍ଦେଶକ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ଯେ କୋଇଡ଼ାର ମାଲଦା, ଗଣୁଆ, କେନାଭେଟା, ଦଳିତା, ପାନପୋଷିନ୍‌, ଗିଦେଇ, ପଟାବେଡା, କାକରପାଣି ଆଦି ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲରୁ ବେଆଇନ ‌ମାଙ୍ଗାନିଜ ଉତ୍ତୋଳନ କରା ଯାଉଥିବା ସୂଚନା ପାଇ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢ଼ଉ କରିବାକୁ ଯାଇଥିଲା। ହେଲେ ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ ବଣାଇ ବନଖଣ୍ଡର ଅଧିକାରୀ ଓ କର୍ମଚାରୀମାନେ ଏହି ଅଞ୍ଚଳରେ ପ୍ରବେଶ କରିବାକୁ ଦେଲେ ନାହିଁ ବୋଲି ଉଲ୍ଲେଖ କରିଥିଲେ। ଏହି କାରଣରୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବେଆଇନ ଖଣି ଉତ୍ତୋଳନ ରୋକିବାରେ ବିଫଳ ହୋଇଛି। ଏହାର ସୁଯୋଗରେ ମାଫିଆମାନେ ମନଇଚ୍ଛା ବେଆଇନ ଖଣି ଉତ୍ତୋଳନ କରି ମାଙ୍ଗାନିଜ୍‌ ଲୁଟ୍‌ କରୁଛନ୍ତି। ଟ୍ରକ ଓ ଟିପର୍‌ରେ ଲୋଡିଂ ପରେ ଗଳାବାଟ ଦେଇ ତାହା କେନ୍ଦୁଝର ଖଣି ଅଞ୍ଚଳରେ ପହଞ୍ଚୁଛି। ସେଠାରୁ ସୀମାନ୍ତ ରାସ୍ତା ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମାଙ୍ଗାନିଜ ଫେରୋ ପ୍ଲାଣ୍ଟକୁ ଚାଲିଯାଉଛି। ଅନ୍ତଃରାଜ୍ୟ ଖଣି ମାଫିଆଙ୍କ ଇଙ୍ଗିତରେ ଏହି ବେଆଇନ୍‌ ନେଟ୍‌ୱର୍କ ଚାଲିଛି। ଚୋରା ବଜାରରେ ମାଙ୍ଗାନିକ ପଥରର ଟନ୍‌ ପିଛା ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ। ଅତି ମୂଲ୍ୟବାନ ହୋଇଥିବାରୁ ଛୋଟଗାଡ଼ିରେ ମଧ୍ୟ ଲକ୍ଷଲକ୍ଷ ଟଙ୍କାର ମାଙ୍ଗାନିଜ୍‌ ପଥର ଚୋରିକରିବା ସମ୍ଭବ ହେଉଥିବାରୁ ଏହା ଖଣି ଲୁଟେରାଙ୍କୁ ସୁହାଉଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe