ମଣିପୁର ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ; ଗଣତନ୍ତ୍ର ଉତ୍ସବ ପାଳିବାକୁ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ମଣିପୁର ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ; ଗଣତନ୍ତ୍ର ଉତ୍ସବ ପାଳିବାକୁ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of India Today

ଇମ୍ଫାଲ୍‌: ଆଜି ମଣିପୁର ବିଧାନସଭା ନିର୍ବାଚନର ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ଭୋଟ୍‌ ଗ୍ରହଣ କରାଯାଉଥିବା ବେଳେ ବହୁସଂଖ୍ୟାରେ ଭୋଟ୍‌ ଗଣତନ୍ତ୍ରର ଉତ୍ସବ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଆଜି ମଣିପୁର ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଯେଉଁମାନଙ୍କ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଆଜି ଭୋଟ୍‌ ଗ୍ରହଣ କରାଯାଉଛି ସେମାନେ ବହୁସଂଖ୍ୟାରେ ଭୋଟ୍‌ ଦେଇ ଗଣତନ୍ତ୍ର ଉତ୍ସବ ପାଳନ କରନ୍ତୁ।

publive-image Image Courtesy of India Today

ସୂଚନାଯୋଗ୍ୟ, ଆଜି ମଣିପୁରର ୬ଟି ଜିଲ୍ଲାରେ ୨୨ଟି ଆସନ ନିମନ୍ତେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ୍‌ ଗ୍ରହଣ କରାଯାଉଛି। ଏଥିରେ ୯୨ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ବର୍ଷିଆନ୍‌ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଓକ୍ରାମ୍‌ ଇବୋବି ସିଂହ। ସେ ‌ଭୋଟ୍‌ ଦେବାକୁ ଯାଇଥିବା ବୁଥ୍‌ରେ ବୈଷୟିକ ତ୍ରୁଟି ଦେଖା ଦେବାରୁ ସ୍ବଳ୍ପ ସମୟ ପାଇଁ ଭୋଟ୍‌ ଗ୍ରହଣ ବନ୍ଦ ଥିଲା। କିଛି ସମୟ ପରେ ତ୍ରୁଟି ସଜଡ଼ା ଯିବା ପରେ ସେ ଭୋଟ୍‌ ଦେଇଥିଲେ।

ମତଦାନ କେନ୍ଦ୍ରମାନଙ୍କରେ ଭୋଟର୍‌ମାନେ ସାମାଜିକ ଦୂରତ୍ବ ବଜାୟ ରଖୁଛନ୍ତି। ଏହାଛଡ଼ା, ଫେବ୍ରୁଆରି ୨୮ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ୫ଟି ନିର୍ବାଚନ ମଣ୍ଡଳୀର ୧୨ଟି ମତଦାନ କେନ୍ଦ୍ରରେ ସାନି ନିର୍ବାଚନ ହେଉଛି।

ମାର୍ଚ ୧୦ ତାରିଖ ଦିନ ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ ଏବଂ ଉତ୍ତରାଖଣ୍ଡ ନିର୍ବାଚନ ଫଳାଫଳ ସହ ମଣିପୁର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe