Maoist: ମାଓ ମୁକ୍ତ ହେବ ରାୟଗଡା ଜିଲ୍ଲା: ଅନ୍ୟାନ୍ୟ ନକ୍ସଲଙ୍କୁ ମୁଖ୍ୟସ୍ରୋତକୁ ଆସିବାକୁ ଆହ୍ୱାନ

Advertisment

ରାୟଗଡ଼ା ଜିଲ୍ଲାରେ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନର ମୋଟ ୧୫ ଜଣ ମାଓ କ୍ୟାଡର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିବା ପରେ ଖୁବ ଶୀଘ୍ର ରାୟଗଡା ଜିଲ୍ଲା ମାଓ ମୁକ୍ତ ହେବା ପାଇଁ ନିଶ୍ଚିତ ହୋଇଛି ।

ରାୟଗଡ଼ା ଜିଲ୍ଲାରେ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନର ମୋଟ ୧୫ ଜଣ ମାଓ କ୍ୟାଡର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିବା ପରେ ଖୁବ ଶୀଘ୍ର ରାୟଗଡା ଜିଲ୍ଲା ମାଓ ମୁକ୍ତ ହେବା ପାଇଁ ନିଶ୍ଚିତ ହୋଇଛି ।

IMG-20260207-WA0027

ରାୟଗଡା: ରାୟଗଡ଼ା ଜିଲ୍ଲାରେ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନର ମୋଟ ୧୫ ଜଣ ମାଓ କ୍ୟାଡର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିବା ପରେ ଖୁବ ଶୀଘ୍ର ରାୟଗଡା ଜିଲ୍ଲା ମାଓ ମୁକ୍ତ ହେବା ପାଇଁ ନିଶ୍ଚିତ ହୋଇଛି । ଦିନକୁ ଦିନ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବାହିନୀର କା‌ର୍ଯ୍ୟାନୁଷ୍ଠାନ ଯୋରଦାର ହେବା ପରେ ହିଂସାର ପଥ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାସହ ମାଓବାଦୀମାନଙ୍କ ପାଇଁ ରାଜ୍ୟ ସରକାର ପୁନର୍ବାସ ଓ ଥଇଥାନ ନୀତିର ଲାଭ ନେଇ ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଇଛନ୍ତି ।

ଏହି ନୀତି ଅନୁଯାୟୀ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ସରକାରୀ ସୁବିଧା, ସୁରକ୍ଷା ଏବଂ ସମ୍ମାନଜନକ ଭବିଷ୍ୟତର ସୁଯୋଗ ମିଳୁଛି। ତେଣୁ ହିଂସାର ରାସ୍ତା ପରିତ୍ୟାଗ କରି ସମାଜର ମୁଖ୍ୟ ଧାରାରେ ରାୟଗଡ଼ା ଜିଲ୍ଲାରେ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନର ମୋଟ ୧୫ ଜଣ ମାଓ କ୍ୟାଡର ଆତ୍ମସମର୍ପଣ କରିଛନ୍ତି। ସେଥି ମଧ୍ୟରେ ୨ ଜଣ ରାଜ୍ୟ କମିଟି ସଦସ୍ୟ ନିଖିଲ ନିରଞ୍ଜନ ରାଉତ (ଜଗତସିଂହପୁର) ଓ ଅଙ୍କିତା @ ରଶ୍ମୀତା ଲେଙ୍କା (ଟାଙ୍ଗୀ, କଟକ) ଆତ୍ମସମର୍ପଣ କରିଛନ୍ତି ।

ଉଭୟଙ୍କ ନାମରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷିତ ଥିଲା। ଆତ୍ମସମର୍ପଣ କରିଥିବା ଅନ୍ୟ କ୍ୟାଡର ମାଓବାଦୀ ହେଲେ ଡିସିଏମ ବିକାଶ,ଏସିଏମ ସୁନ୍ଦର,ଏସିଏମ ପ୍ରଦୀପ,ଏସିଏମ ରୋଷନୀ,ଏସିଏମ ଅରୁଣା,ଏସିଏମ ନାନ୍ଦେ,ପିଏମ ନିକିତା,ପିଏମ ନିକିତା,ପିଏମ କୁମାରୀ,ପିଏମ ଦୀପକ,ପିଏମ ରାକେଶ,ପିଏମ ଲଲିତ,ପିଏମ ରାଜେ ଓ ପିଏମ ମାଲତୀ ।

ବାଘୁନା ଡିଭିଜନର କ୍ୟାଡର ମାଓବାଦୀଙ୍କ ଠାରୁ ମୋଟ ୧୪ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି। ଏ‌କେ ୪୭ – ୨ଟି, ଏସଏଲଆର – ୫ଟି,ଷ୍ଟେନଗନ – ୧ଟି,ଇନସାସ – ୧ଟି,୩୦୩ ରାଇଫଲ – ୧ଟି ଏବଂ ସିଙ୍ଗଲ ସଟ ଗନ୍ – ୪ଟି ଜବତ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ନିଖିଲ @ ନିରଞ୍ଜନ ରାଉତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାୟଗଡ଼ା–ଗଜପତିକନ୍ଧମାଳ ଅଞ୍ଚଳରେ ସକ୍ରିୟ ଥିଲେ। ଆଜିର ମାଓବାଦୀ ମାନଙ୍କ ଆତ୍ମସମର୍ପଣ ସମାରୋହରେ ଏ ଡି ଜି ଇଣ୍ଟେଲିଜେନ୍ସ ସଂଜୀବ ପଣ୍ଡା, ଆଇ ଜି ଅପରେସନ ଦୀପକ କୁମାର, ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି କନୱାର ଵିଶାଲ ସିଂ, ସି ଆର ପି ଏଫ ଆଇ ଜି ଅମିତେନ୍ଦ୍ର ନାଥ ସିହ୍ନI, ଡି ଆଇ ଜି ଏସ ଆଇ ଡବ୍ଲ୍ୟୁ ଅଖିଳେଶ୍ୱର ସିଂ, 

ରାୟଗଡା ଆରକ୍ଷୀ ଅଧିକ୍ଷକ ସ୍ଵାଥୀ ଏସ କୁମାର, କନ୍ଧମାଳ ଏସ ପି ହରିଶ ବି ସି, କଳାହାଣ୍ଡି ଏସ ପି ନାଗରାଜ ଦେବରକଣ୍ଡା,ରାୟଗଡା ଜିଲ୍ଲାପାଳ ଆଶିଷ କୁଲକର୍ଣ୍ଣି, ସି ଆର ପି ଏଫ ୪ ବାଟାଲିଅନ କାମାଣ୍ଡେଣ୍ଟ ଫିରୋଜ କୁଜୁର, ଏସ ଆଇ ଡବ୍ଲ୍ୟୁ ଡି ଏସ ପି ସୁରେଶ ବଳ ଓ ପୁଲିସ ର ବହୁ ଅଧିକାରୀ ଉପସ୍ଥିତ ଥିଲେ I ମୁଖ୍ୟସ୍ରୋତ ରେ ସାମିଲ ହେଲା ପରେ ଆତ୍ମସମର୍ପଣକାରୀ ମାନଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି କହିଥିଲେ I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe