Marraige Procession: ବରଯାତ୍ରୀ ପ୍ରୋସେସନକୁ ନେଇ ହଙ୍ଗାମା, ମାତାଲ ଯୁବକଙ୍କ ପଥର ମାଡ

Advertisment

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଶପୁର ଗ୍ରାମରେ ବାହାଘର ଶୋଭାଯାତ୍ରାକୁ ନେଇ ତୁମୁଳକାଣ୍ଡ ଘଟିଛି |

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଶପୁର ଗ୍ରାମରେ ବାହାଘର ଶୋଭାଯାତ୍ରାକୁ ନେଇ ତୁମୁଳକାଣ୍ଡ ଘଟିଛି |

attack

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଶପୁର ଗ୍ରାମରେ ବାହାଘର ଶୋଭାଯାତ୍ରାକୁ ନେଇ ତୁମୁଳକାଣ୍ଡ ଘଟିଛି | ଏଥିରେ

ବାଘାଳା ସମିତିସଭ୍ୟ ପ୍ରକାଶ ନାହାକଙ୍କ ସମେତ ପ୍ରମୋଦ ନାହାକ, କୃଷ୍ଣ ନାହାକ, ରୋହିତ ନାହାକ ଓ ଶେଷଦେବ ନାହାକଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରାଯାଇଛି l ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି l ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି |

ବାହାଘର ପ୍ରୋସେସନ ଚାଲିଥିବା ବେଳେ କିଛି ଯୁବକ ମାତାଲ ଅବସ୍ଥାରେ ଗ୍ରାମର କିଛି ଘରକୁ ଇଟାପଥର ଫୋପାଡ଼ିଥିଲେ | ଏହାକୁ ପ୍ରତିବାଦ କରିବାରୁ ଘରେ ପଶି ଖଣ୍ଡା ଏବଂ ଲୁହାଛଡ଼ରେ ଆକ୍ରମଣ କରିଥିବା ସୂଚନା ମିଳିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe