କରୋନା କଟକଣାରେ ବିବାହ ବାଧକ: ହ୍ଵାଟ୍‌ସପ୍‌ ସହାୟତାରେ ହେଲା ବିବାହ ଉତ୍ସବ

Advertisment
କରୋନା କଟକଣାରେ ବିବାହ ବାଧକ: ହ୍ଵାଟ୍‌ସପ୍‌ ସହାୟତାରେ ହେଲା ବିବାହ ଉତ୍ସବ

ଝାରସୁଗୁଡ଼ା: କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ବଳବତ୍ତର ରହିଛି। ଏଥିଯୋଗୁଁ ଲୋକେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବିଶେଷକରି ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ପାଇଁ ପୂର୍ବରୁ ନିଷ୍ପତ୍ତି ନେଇଥିବା ଲୋକେ ଏହାକୁ କିଭଳି ସମାଧାନ କରିବେ ସେ ନେଇ ଅନେକ ବିକଳ୍ପ ଉପାୟ ଆରମ୍ଭ କରିଥିଲେ। ପୂର୍ବରୁ ବିବାହ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ଓ ନିଷ୍ପତି ହୋଇଥିବା ବେଳେ ଲକ୍‌ଡାଉନ୍‌ କଟକଣା ଯୋଗୁଁ ଏହା ଅଟକି ଯାଇଥିବା ବେଳେ ଏହାକୁ ଶେଷରେ ଉଭୟ ବର ଓ କନ୍ୟା ପକ୍ଷଙ୍କ ଆପୋଷ ବୁଝାମଣା ମଧ୍ୟରେ ଅନ୍‌ଲାଇନ୍‌ରେ ବିବାହ କାର୍ଯ୍ୟ ସଂପାଦନ ହୋଇଥିବା ଭଳି ଏକ ଘଟଣା ଘଟିଛି ଝାରସୁଗୁଡ଼ାରେ।

publive-image

ଝାରସୁଗୁଡ଼ା ସହର ମଙ୍ଗଳବଜାର ଠାରେ ରହୁଥିବା ଜଣେ ଯୁବ ଆଇନଜୀବୀ ମେହେନ୍ଦି ରାଜାଙ୍କ ବିବାହ ମହାରାଷ୍ଟ୍ର ନାଗପୁର ନିକଟ ପାମ୍ପାଟି ଠାରେ କନ୍ୟା ତାହେରା ବାନୋଙ୍କ ସହିତ ଠିକ୍‌ ହୋଇଥିଲା। ଫେବ୍ରୁଆରି ମାସରେ ଉଭୟ ପକ୍ଷ ନିଷ୍ପତ୍ତି ନେଇଥିଲେ ଯେ, ଜୁଲାଇ ୨୨ ତାରିଖ ଦିନ ବିବାହ ହେବ। ଏଥିପାଇଁ ତିଥି ମଧ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ମାର୍ଚ୍ଚ ମାସରେ ଲକ୍‌ଡାଉନ୍‌ ଘୋଷଣା ହୋଇ ଯାଇଥିଲା। ତେବେ ଦ୍ଵତୀୟ ଲକ୍‌ଡାଉନ୍ରେ ଯାତାୟତରେ ସାମନ୍ୟ କୋହଳ ହେବା ପରେ ପୁଣି ବିବାହ ପାଇଁ ଆୟୋଜନ ଆରମ୍ଭ ହୋଇଥିଲା। ମାତ୍ର ତିଥି ଯେତେ ପାଖେଇ ଆସୁଥିଲା କରୋନା ମହାମାରୀ ସେତେ ବ୍ୟାପକ ସଂଖ୍ୟାରେ ବି ଚାଲିଥିଲା। ଫଳରେ ଝାରସୁଗୁଡ଼ା ଠାରୁ ନାଗପୁର ବରଯାତ୍ରୀ ଯିବା କଷ୍ଟକର ହୋଇ ପଡ଼ିଥିଲାଯ କ୍ୱାରାଣ୍ଟିନ୍‌ ନିୟମ ଯୋଗୁଁ ଏହା ଆଦେ ସମ୍ଭବ ହୋଇନଥିଲା।

ଜୁଲାଇ ୨୨ ତାରିଖ ଦିନ ଅପରାହ୍ନ ୪ ଟାରେ ବରପକ୍ଷର କିଛି ସଂପର୍କିୟ ଭିଡିଓ କନ୍‌ଫରେସିଂରେ ବିବାହ କାର୍ଯ୍ୟ କରାଯିବାକୁ ପ୍ରସ୍ତାବ ଦେବା ପରେ ବରପକ୍ଷ କନ୍ୟାପକ୍ଷଙ୍କୁ ଅବଗତ କରିଥିଲେ। ପ୍ରଥମେ ଅମଙ୍ଗ ହେଉଥିବା କନ୍ୟାପକ୍ଷ ପରେ ଏଥିରେ ରାଜି ହୋଇଥିଲେ। ଏଥିପାଇଁ ପୂର୍ବରୁ ବିବାହ ପୋଷାକ କିଣା ସରିଥିଲା। ବର ଝାରସୁଗୁଡ଼ା ଓ କନ୍ୟା ନାଗପୁରରେ ବିବାହ ବେଶରେ ବିବାହ କରିଥିଲେ। ଠିକ୍‌ ସେହି ସମୟରେ ଜୁମ୍‌ଆପ୍‌ ଓ ଗୁଗୁଲ ମିଟ୍‌ ସର୍ଭର ଡାଉନ୍‌ ରହିବାରୁ ଏହା କାମ କରିନଥିଲା। ଫଳରେ ହ୍ଵାଟ୍‌ସପ୍‌ ଭିଡିଓ କଲରେ ମେଲବି ଉଭୟଙ୍କ ବିବାହ ସଂପନ୍ନ କରିଥିଲେ। ଏଥିରେ ଉଭୟ ପକ୍ଷରୁ ପରିବାରବର୍ଗ ଓ ନିକଟ ସଂପର୍କିୟ ଉପସ୍ଥିତ ଥିଲେ। କଟକଣା ହଟିଲେ ବରପକ୍ଷ କନ୍ୟାକୁ ଯାଇ ଆଣିବା ସହିତ ବିବାହ ଭୋଜି କରିବାକୁ ନିଷ୍ପତ୍ତି ନେଇଥିବା ମେହେନ୍ଦି ରାଜାଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe