news18
ମୁମ୍ବାଇ: କରୋନା ଭାଇରସ୍ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସୋସିଆଲ୍ ମିଡିଆ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ସୋସିଆଲ୍ ମିଡିଆରେ ପୂର୍ବରୁ ଏ ସଂପର୍କିତ ବହୁ ପୋଷ୍ଟ୍ ଦେଖିବାକୁ ମିଳିଥିବା ବେଳେ ନିକଟରେ ଶାହାରୁଖ ଖାନଙ୍କ ଅଭିନୀତ ‘ମେ ହୁଁ ନା’ ଚଳଚ୍ଚିତ୍ରକୁ ଅନୁକରଣ କରି ମୁମ୍ବାଇ ପୁଲିସ୍ ଏକ ଟ୍ବିଟର୍ ପୋଷ୍ଟ୍ କରିଛି।
ଚଳଚ୍ଚିତ୍ରରୁ ଏକ ଦୃଶ୍ୟକୁ ଟ୍ବିଟ୍ କରି ମୁମ୍ବାଇ ପୁଲିସ୍ ତା’ର ଅଫିସିଆଲ୍ ଟ୍ବିଟର୍ ହ୍ୟାଣ୍ଡେଲ୍ରେ ଲେଖିଛି, ‘ଏଭଳି ଷ୍ଟଣ୍ଟ୍ କରିବାର କିଛି ଆବଶ୍ୟକତା ନାହିଁ। ମାସ୍କ ହୈ ନା’। ଅନ୍ୟ ଏକ ଟ୍ବିଟର୍ରେ ମୁମ୍ବାଇ ପୁଲିସ୍ ଘରେ ରହି ସାନିଟାଇଜର୍ ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛି।
ଏପଟେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇ ରେକର୍ଡ ସୃଷ୍ଟି କରିଥିବା ବେଳେ ଏହି ପୋଷ୍ଟ୍ଟିକୁ ଏବେ ସୁଦ୍ଧା ୧୦୦୦ ଲାଇକ୍ସ ମିଳିବା ସହ ୪୦୦ ଥର ରି-ଟ୍ବିଟ୍ ହୋଇ ସାରିଲାଣି।
କେବଳ ମୁମ୍ବାଇ ପୁଲିସ୍ କାହିଁକି, ଟ୍ବିଟର୍ରେ ଅନେକ ଡାକ୍ତର ମଧ୍ୟ ସଚେତନ ବାର୍ତ୍ତା ଦେଇ ପୋଷ୍ଟ୍ କରୁଥିବାର ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କ ଭିତରେ ବି ଏବେ ସଚେତନତା ଦେଖିବାକୁ ମିଳିଛି।
Follow Us