Advertisment

Match Cancelled: ବର୍ଷା ଧୋଇନେଲା ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍‌

Advertisment

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ପର୍ଯ୍ୟାୟ ବର୍ଷା ବିଭ୍ରାଟରୁ ଆରମ୍ଭ ହୋଇଛି। କଲମ୍ବୋରେ ଅଦିନିଆ ବର୍ଷା ପାଇଁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ଧୋଇ ହୋଇଯାଇଛି। ଫଳରେ ଉଭୟ ଦଳ ପଏଣ୍ଟ୍‌ ବାଣ୍ଟିବାକୁ ବାଧ୍ୟ ହୋଇଛନ୍ତି।

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ପର୍ଯ୍ୟାୟ ବର୍ଷା ବିଭ୍ରାଟରୁ ଆରମ୍ଭ ହୋଇଛି। କଲମ୍ବୋରେ ଅଦିନିଆ ବର୍ଷା ପାଇଁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ଧୋଇ ହୋଇଯାଇଛି। ଫଳରେ ଉଭୟ ଦଳ ପଏଣ୍ଟ୍‌ ବାଣ୍ଟିବାକୁ ବାଧ୍ୟ ହୋଇଛନ୍ତି।

images (6)

କଲମ୍ବୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ପର୍ଯ୍ୟାୟ ବର୍ଷା ବିଭ୍ରାଟରୁ ଆରମ୍ଭ ହୋଇଛି। କଲମ୍ବୋରେ ଅଦିନିଆ ବର୍ଷା ପାଇଁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ଧୋଇ ହୋଇଯାଇଛି। ଫଳରେ ଉଭୟ ଦଳ ପଏଣ୍ଟ୍‌ ବାଣ୍ଟିବାକୁ ବାଧ୍ୟ ହୋଇଛନ୍ତି। ଏହି ପ୍ରତୀକ୍ଷିତ ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ମନରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସ୍ଥାନୀୟ ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅପରାହ୍ଣରୁ ଭିଡ଼ ଜମିଥିଲା। 

ତେବେ କଲମ୍ବୋ ଆକାଶର କଳା ବାଦଲ ମ୍ୟାଚ୍‌କୁ ପ୍ରଭାବିତ କରିବ ବୋଲି ପୂର୍ବାନୁମାନ ରହିଥିଲା। ଶେଷରେ ଏହି ଆଶଙ୍କା ସତରେ ପରିଣତ ହୋଇଥିଲା। ମେଘାଚ୍ଛନ୍ନ ଆକାଶ ଏବଂ ପରବର୍ତ୍ତୀ ସମୟରେ ବର୍ଷାର ମାତ୍ରା ବଢ଼ିବାର ସଙ୍କେତ ମିଳି ସାରିଥିବାରୁ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ତେବେ ଏହା ଠିକ୍‌ ପରେ ପରେ ଝିପ ଝିପି ବର୍ଷା ଆରମ୍ଭ ହୋଇ ପରେ ଲଗାତାର ବଡ଼ ଟୋପା ବର୍ଷିଥିଲା।

ଏପରିକି ଘନ ଅନ୍ଧକାର ଘୋଟିଯିବା ସହ ଛାଡ଼ିବାର ନାଁ ଗନ୍ଧ ଧରି ନଥିଲା। ପାଗ କ୍ରମଶଃ ବିଗିଡ଼ି ଚାଲିଥିବାରୁ ମ୍ୟାଚ୍‌ ହେବାର କୌଣସି ସମ୍ଭାବନା ଦେଖା ଯାଉନଥିଲା। ଫଳରେ ୨ ଘଣ୍ଟାରୁ ଅଧିକ ସମୟର ଅପେକ୍ଷା ପରେ ସ୍ଥାନୀୟ ସମୟ ରାତି ୯ଟା ୫ରେ ଅମ୍ପାୟାରମା‌ନେ ଏହି ମୁକାବିଲାକୁ ବାତିଲ କରି ଦେଇଥିଲେ। ପ୍ରଶଂସକ ନିରାଶ ହୋଇ ଷ୍ଟାଡିୟମ୍‌ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe