ଅଲୀ-ବଜରଙ୍ଗବାଲୀ ବିବାଦ: ହନୁମାନଙ୍କୁ ଦଳିତ ବୋଲି କହିଲେ ମାୟାବତୀ

Advertisment
ଅଲୀ-ବଜରଙ୍ଗବାଲୀ ବିବାଦ: ହନୁମାନଙ୍କୁ ଦଳିତ ବୋଲି କହିଲେ ମାୟାବତୀ

(Photo Credits: PTI)

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଅଲୀ-ବଜରଙ୍ଗବାଲୀ’କୁ  ନେଇ ଦେଇଥିବା ବୟାନ ଉପରେ ନିଜର ମତ ରଖିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ।  ଆଦିତ୍ୟନାଥ ନିକଟରେ କହିଥିଲେ କି ଯଦି ‘କଂଗ୍ରେସ, ଏସ୍‌ପି ଓ ବିଏସ୍‌ପି ଅଲୀଙ୍କୁ ବିଶ୍ୱାସ କରନ୍ତି ତେବେ ଆମେ ବଜରଙ୍ଗବାଲୀଙ୍କୁ ବିଶ୍ୱାସ କରୁ। ଆଦିତ୍ୟନାଥଙ୍କର ଏପରି ବୟାନରେ ପ୍ରତିକ୍ରିୟା ରଖି ମାୟାବତୀ କହିଛନ୍ତି ‘ଆମେ ଉଭୟ ଅଲୀ ଓ ବଜରଙ୍ଗବାଲୀରେ ବିଶ୍ୱାସ କରୁ।’

ମାୟବତୀ ଆହୁରି ବି କହିଛନ୍ତି ଯେ ବଜରଙ୍ଗବାଲୀ(ହନୁମାନ) ହେଉଛନ୍ତି ଦଳିତ ସଂପ୍ରଦାୟର। ଦେଓବନ୍ଦ ସହରର ଶାହାରନପୁରଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବା ବେଳେ ମାୟାବତୀ ଏପରି କହିଛନ୍ତି।

ରାଲିରେ ମାୟାବତୀ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ସଂଖ୍ୟାଲଘୁ ଲୋକମାନଙ୍କୁ କହିବାକୁ ଚାହେଁ କି କଂଗ୍ରେସ ବିଜେପିକୁ ହରାଇବା ପାଇଁ ସମର୍ଥ ନୁହେଁ। କେବଳ ମେଣ୍ଟ ହିଁ ବିଜେପିକୁ ହରାଇ ପାରିବ। ମେଣ୍ଟ ଜିତୁ ବୋଲି କଂଗ୍ରେସ ଚାହୁଁନାହିଁ। ମୁଁ ଚାହେଁ ତୁମେମାନେ ମେଣ୍ଟକୁ ଭୋଟ ଦିଅ। କଂଗ୍ରେସକୁ ଦିଅ ନାହିଁ।’

ଉଲ୍ଲେଖଯେଗ୍ୟ, ସାଂପ୍ରଦାୟିକ ଭାବନାକୁ କ୍ଷତି ପହଞ୍ଚାଇ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରଥିବା କାରଣରୁ ନିର୍ବାଚନ କମିସନ ଉଭୟ ଯୋଗୀ ଓ ମାୟାବତୀଙ୍କ ନାମରେ ନୋଟିସ୍‌ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe