ଯୋଗୀଙ୍କ ପ୍ରତି ନିର୍ବାଚନ ଆୟୋଗଙ୍କ ଦରଦ ରହିଛି: ବ୍ୟାନ୍‌ ହଟିବା ପରେ କମ୍ପିଲେ ମାୟାବତୀ

Advertisment
ଯୋଗୀଙ୍କ ପ୍ରତି ନିର୍ବାଚନ ଆୟୋଗଙ୍କ ଦରଦ ରହିଛି: ବ୍ୟାନ୍‌ ହଟିବା ପରେ କମ୍ପିଲେ ମାୟାବତୀ

ନୂଆଦିଲ୍ଲୀ: ଆଦର୍ଶ ଆଚାର ବିଧି ଉଲ୍ଲଘଂନ ମାମଲାରେ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ଉପରେ ର୍ନିବାଚନ ଆୟୋଗ (ଇସି) ପ୍ରଚାର -ପ୍ରସାର କରିବାକୁ ନେଇ ୪୮ ଘଣ୍ଟାର ବ୍ୟାନ୍‌ ଲଗାଇଥିଲେ। ଇସିଙ୍କ ବ୍ୟାନ୍‌ ଗୁରୁବାର ସକାଳ ୬ ଟାରେ ଶେଷ ହୋଇଛି। ବ୍ୟାନ୍‌ ସମୟ ଶେଷ ହେବା ପରେ ମାୟାବତୀ ଟ୍ଵିଟ୍‌ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବର୍ଷିଥିଲେ। ସେ ଟ୍ଵିଟ୍‌ରେ କହିଛନ୍ତି ଯୋଗୀ ଆଦିତ୍ୟନାଥ ନିଜ ଅଧିକାରର ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି , କିନ୍ତୁ ଇସି ତାଙ୍କ ପ୍ରତି ଏତେ ଦରଦ କାହିଁକି ଦେଖାଉଛନ୍ତି ?

publive-image Post Card News

ସେ ଆହୁରି ବି ଲେଖିଛନ୍ତି ଯେ ର୍ନିବାଚନ ଆୟୋଗର ନିୟମକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି। ସେ ସହର-ସହର ମନ୍ଦିରକୁ ଯାଇ, ଦଳିତଙ୍କ ଘରେ ଖାଦ୍ୟ ଖାଇବା ଭଳି ଡ୍ରାମା କରୁଛନ୍ତି। ଏହାର ଫଟୋ ମିଡିଆରେ ପ୍ରଚାର ଏବଂ ପ୍ରସାର କରି ସେ ରାଜନୈତିକ ଲାଭ ପାଇବାକୁ ଚାହୁଁଛନ୍ତି। କିନ୍ତୁ ଆଚମ୍ବିତର କଥା ତାଙ୍କ ପ୍ରତି ର୍ନିବାଚନ ଆୟୋଗଙ୍କ ଏତେ ଦରଦ କାହିଁକି ରହିଛି?

ନିଜର ଆଉ ଏକ ଟ୍ଵିଟ୍‌ରେ ସେ ଲେଖିଥିଲେ , ଯଦି ଏହିଭଳି ଭେଦଭାବ ବିଜେପି ନେତାଙ୍କ ପ୍ରତି ନିର୍ବାଚନ ଆୟୋଗଙ୍କର ରହିବ ତେବେ ଚଳିତଥରର ର୍ନିବାଚନ ସ୍ୱତନ୍ତ୍ର ଏବଂ ନିଷ୍ପକ୍ଷ ହେବା ଅସମ୍ଭବ। ଏହି ମାମଲାରେ ଜନତାଙ୍କ ଚିନ୍ତାର କିଭଳି ଭାବେ ସମାଧାନ ହୋଇପାରିବ? ଆପଣଙ୍କୁ କହିରଖୁଛୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ନିର୍ବାଚନ ଆୟୋଗ ୭୨ ଘଣ୍ଟାର ପ୍ରତିବନ୍ଧ ଲଗାଇଥିଲେ। ପ୍ରତିବନ୍ଧ ଲାଗୁ ହେବା ପରେ ଯୋଗୀ ବଜରଙ୍ଗବାଲୀ ଏବଂ ଲକ୍ଷ୍ନୌ, ଅଯୋଧ୍ୟାରେ ଦର୍ଶନ କରିବା ପାଇଁ ବାହାରି ପଡ଼ିଥିଲେ। ଗୁରୁବାର ସେ କାଶୀ ପହଂଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe