Mazdoor Union conference: ମଜଦୂର ସଂଘ ସର୍ବଭାରତୀୟ ସମ୍ମିଳନୀ: ଶ୍ରମିକଙ୍କ ଝାଳରେ ଦେଶର ପ୍ରଗତି ଲେଖାହେଉଛି

Advertisment

ଶ୍ରମିକଙ୍କ ଶକ୍ତି ଦେଶ ନିର୍ମାଣରେ ପ୍ରମୁଖ ଭୁମିକା ନିଭାଉଛି। ଶ୍ରମିକଙ୍କ ଝାଳରେ ଦେଶର ପ୍ରଗତି ଲେଖାହେଉଛି ବୋଲି କହିଛନ୍ତି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ।

Updated On

ଶ୍ରମିକଙ୍କ ଶକ୍ତି ଦେଶ ନିର୍ମାଣରେ ପ୍ରମୁଖ ଭୁମିକା ନିଭାଉଛି। ଶ୍ରମିକଙ୍କ ଝାଳରେ ଦେଶର ପ୍ରଗତି ଲେଖାହେଉଛି ବୋଲି କହିଛନ୍ତି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ।

ଅଦ୍ୟତନ ହୋଇଛି
IMG-20260206-WA0082

ପୁରୀ: ଯେକୌଣସି ପରିସ୍ଥିତିରେ ଶ୍ରମିକଙ୍କୁ ନ୍ୟାୟ ଦେବାର ଅଛି। ଶ୍ରମିକଙ୍କ ସମଗ୍ର ବିକାଶକୁ ଆଖି ଆଗରେ ରଖି ଶ୍ରମ ଆଇନ ସଂଶୋଧନ ହୋଇଛି। ବିଶ୍ବରେ ଭାରତକୁ ସର୍ବଶ୍ରେଷ୍ଠ କରିବାକୁ ଯେଉଁ ଉଦ୍ୟମ ଚାଲିଛି ସେଥିରେ ଏହି ସବୁ ପରିବର୍ତ୍ତନର ଆବଶ୍ୟକତା ଅଛି। କିନ୍ତୁ କିଛି ସଂଗଠନ ଏହି ଶ୍ରମ ଆଇନକୁ ବିରୋଧ କରି ନିଜ ୟୁନିୟନ ବଞ୍ଚାଇବା ଉଦ୍ୟମ କରୁଛନ୍ତି। ସରକାର କିନ୍ତୁ କାହାକୁ ପଛରେ ଛାଡ଼ିବାକୁ ଚାହୁନାହାନ୍ତି। ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ୁଛନ୍ତି। ଶ୍ରମିକଙ୍କ ଶକ୍ତି ଦେଶ ନିର୍ମାଣରେ ପ୍ରମୁଖ ଭୁମିକା ନିଭାଉଛି। ଶ୍ରମିକଙ୍କ ଝାଳରେ ଦେଶର ପ୍ରଗତି ଲେଖାହେଉଛି ବୋଲି କହିଛନ୍ତି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ। 

ପୁରୀ ବଗଲା ଧର୍ମଶାଳାରେ ମଜଦୂର ସଂଘ ସର୍ବଭାରତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ କହିଥିଲେ, ଶ୍ରମିକମାନଙ୍କ କଲ୍ୟାଣ ପାଇଁ ସରକାର ନିୟମିତ ଭାବରେ ଉଦ୍ୟମ କରୁଛନ୍ତି। ଶ୍ରମିକମାନଙ୍କ ପିଲାମାନେ ପଢ଼ିବା ପାଇଁ ମେଡିକାଲ୍ କଲେଜ୍ରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ମହିଳା ଓ ପୁରୁଷ ଶ୍ରମିକଙ୍କ ମଧ୍ୟରେ ପ୍ରଭେଦ ନ ରଖିବାକୁ ମଜୁରୀ ସମାନ କରିବାକୁ ବ୍ୟବସ୍ଥା ହୋଇଛି। ଶିଳ୍ପ ସଂସ୍ଥାରେ କେହି ମରିଗଲେ ଶ୍ରମ ଆଇନ ତାଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ସୁନିଶ୍ଚିତ କରିବ।

କୌଣସି ସଂସ୍ଥାରେ ଅତି କମ୍ରେ ୧୦ କର୍ମଚାରୀ ଥିଲେ ଇଏସ୍ଆଇ ସୁବିଧା ମିଳୁଥିଲା, କିନ୍ତୁ ଶ୍ରମ ଆଇନ୍ରେ ଜଣେ ହେଲେ ବି ଇଏସ୍ଆଇ ସୁବିଧା ନିଶ୍ଚିତ କରିବାକୁ ବ୍ୟବସ୍ଥା ରହିଛି। ଭାରତୀୟ ମଜଦୂର ସଂଘ ବିଶ୍ବର ସର୍ବଶ୍ରେଷ୍ଠ ସଂଗଠନ। ଏହି ସମ୍ମିଳନୀରେ ଯେଉଁ ସବୁ ନିଷ୍କର୍ଷ ବାହାରିବ ତାହାକୁ ସରକାର ପ୍ରାଥମିକତା ଦେଇ ବିଚାର କରିବେ ବୋଲି କହିଛନ୍ତି। 

ସଂଘର ଏହି ୨୧ତମ ସମ୍ମିଳନୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ୟଏକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe