କୋରାପୁଟ: କୋରାପୁଟ ଜିଲ୍ଲାର ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ଓ ସହାୟିକାମାନଙ୍କ ପାରିଶ୍ରମିକ ବୃଦ୍ଧିକୁ ନେଇ ଜିଲ୍ଲାର ଶତାଧିକ ପାଚିକା ଓ ସହାୟିକା ମାନେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ର ପ୍ରଦାନ ବେଳେ ପାଚିକା ସଂଘର ସଭାନେତ୍ରୀ ଟିକି ଦଳାଇ, ପୁଷ୍ପାଂଜଳୀ ପୁଟିଆ ପ୍ରମୁଖ ଉପସ୍ଥିତ ରହିଥିଲେ।
ପାଚିକା ଓ ସହାୟିକା ମାନେ ସକାଳ ୭ଟାରୁ ଆରମ୍ଭ କରି ସ୍କୁଲ ପରିସରର ସଫା ଓ ସୁତରା କରିବା , ରୋଷେଇ ପାଇଁ ଆସିଥିବା ପନିପରିବା କାଟିବା, ଚାଉଳ ସଫା କରିବା, ରୋଷଇ କରି ଓ ଖାଦ୍ୟ ପରସିବା ଆଦି କାମ କରୁଛନ୍ତି। ତେବେ ଏସବୁ ପାଇଁ ପ୍ରୋତ୍ସାହନ ରାଶି ଭାବେ ମାସକୁ ୨ହଜାର ଟଙ୍କା ଦିଆଯାଉଛି। ତେବେ ସ୍ବଳ୍ପ ଦରମାରେ ମହରଗ ଯୁଗରେ ପରିବାର ଚଳିବା ବହୁତ ମୁସ୍କିଲ ବୋଲି ଏମାନେ ଦାବିପତ୍ରରେ ଉଲ୍ଲେଖକରିଛନ୍ତି। ତେଣୁ ମହରଗ ଯୁଗକୁ ଧରି ଏହି ପାରିଶ୍ରମିକ ରାଶିକୁ ୧୨ହଜାର ଟଙ୍କା କରାଯାଉ ବୋଲି ଏମାନେ ଦାବି କରିଛନ୍ତି।
Follow Us