ଟୟୋଟା ଫର୍ଚୁନରକୁ ଟକ୍କର ଦେବାକୁ ଏମଜି ଆଣିଲା ମାଜେଷ୍ଟର

ଏମଜି ମୋଟର ଇଣ୍ଡିଆ ଅଟୋ ଏକ୍ସପୋରେ ଏହାର ନୂତନ ଏସୟୁଭି ମାଜେଷ୍ଟରର ପ୍ରଦର୍ଶନ କରିଛି। ଏହି ଏସୟୁଭିକୁ  ଗ୍ଳୋଷ୍ଟରର ଫେସଲିଫ୍ଟ ସଂସ୍କରଣ ଭାବରେ ଦେଖାଯାଉଛି। କମ୍ପାନୀ କହିଛି ଯେ ଏହି ଫ୍ଲାଗସିପ୍ ମଡେଲ୍ କମ୍ପାନୀର ଗ୍ଲୋଷ୍ଟର ରେଞ୍ଜର ଶ୍ରେଷ୍ଠ ଭାରିଆଣ୍ଟ ହେବ।

gloster

ନୂଆଦିଲ୍ଲୀ: ଏମଜି ମୋଟର ଇଣ୍ଡିଆ ଅଟୋ ଏକ୍ସପୋରେ ଏହାର ନୂତନ ଏସୟୁଭି ମାଜେଷ୍ଟରର ପ୍ରଦର୍ଶନ କରିଛି। ଏହି ଏସୟୁଭିକୁ  ଗ୍ଳୋଷ୍ଟରର ଫେସଲିଫ୍ଟ ସଂସ୍କରଣ ଭାବରେ ଦେଖାଯାଉଛି। କମ୍ପାନୀ କହିଛି ଯେ ଏହି ଫ୍ଲାଗସିପ୍ ମଡେଲ୍ କମ୍ପାନୀର ଗ୍ଲୋଷ୍ଟର ରେଞ୍ଜର ଶ୍ରେଷ୍ଠ ଭାରିଆଣ୍ଟ ହେବ। ଏହାର ବୋଲ୍ଡ ଡିଜାଇନ୍ ଏବଂ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ଏହାକୁ ଟୟୋଟା ଫର୍ଚୁନରର ପ୍ରକୃତ ପ୍ରତିଦ୍ୱନ୍ଦ୍ୱୀ କରିଥାଏ। ଏହି କାରର ଡିଜାଇନ୍ ବୋଲ୍ଡ ଏବଂ ସ୍ପୋର୍ଟି ଦିଆଯାଇଥିବାବେଳେ ଏଥିରେ ବହୁତ ବୈଶିଷ୍ଟ୍ୟ ରହିଛି। ଏହି କାରରେ ୧୨.୩ ଇଞ୍ଚ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ, ପାନୋରାମିକ୍ ସନରୁଫ୍, ନୂତନ ସମ୍ପୂର୍ଣ୍ଣ ଡିଜିଟାଲ୍ ଇଣ୍ଡଷ୍ଟ୍ରୁମେଣ୍ଟ କନସୋଲ୍, କ୍ଲାଇମେଟ୍ କଣ୍ଟ୍ରୋଲ୍ ଏବଂ ୱାୟାରଲେସ୍ ମୋବାଇଲ୍ ଚାର୍ଜିଂ ଭଳି ବିଶେଷ ବୈଶିଷ୍ଟ୍ୟ ଦେଖିବାକୁ ମିଳିଛି।

 କାର୍ଯ୍ୟଦକ୍ଷତା ପାଇଁ, ଏଥିରେ ୨.୦ ଲିଟର ଟ୍ୱିନ୍ ଟର୍ବୋ ଡିଜେଲ୍ ଇଞ୍ଜିନ୍ ଅଛି ଯାହା ୨୧୩ବିଏଚପି ପାୱାର ଏବଂ ୪୭୮ଏନଏମ ଟର୍କ ଜେନେରେଟ୍ କରେ। ଏଥିରେ ୮ ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ରହିବ, ଏହି ବୈଶିଷ୍ଟ୍ୟ ଏହି କାରର ସମସ୍ତ ପ୍ରକାରରେ ଉପଲବ୍ଧ ହେବ। ମାଜେଷ୍ଟରର ମୂଲ୍ୟ ବାବଦରେ ଖୁଲାସା ହୋଇନଥିଲେ ବି ଏହାର ମୂଲ୍ୟ ୪୦ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ରୁ ୪୫ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ମଧ୍ୟରେ ରହିବ।

ଅନ୍ୟପଟେ ଏମଜି ଗ୍ଳୋଷ୍ଟର ବିଷୟରେ କହିବାକୁ ଗଲେ, ଏହି ଏସୟୁଭିର ମୂଲ୍ୟ ୩୯.୫୭ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ରୁ ୪୪.୦୩ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ମଧ୍ୟରେ ରହିଛି। ଏହି ସେଗମେଣ୍ଟରେ ମାଜେଷ୍ଟର ସିଧାସଳଖ ଟୟୋଟା ଫର୍ଚୁନର ସହିତ ପ୍ରତିଯୋଗିତା କରିବ। ଏହାର ମୂଲ୍ୟ ୪୪.୧୧ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ଏବଂ ୪୮.୦୯ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ମଧ୍ୟରେ ରହିଛି । ମାଜେଷ୍ଟର ବଜାରରେ ଆସିବା ପରେ କେତେ ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe