ଏସଏସଡି ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି

ବୈପାରିଗୁଡ଼ା ବ୍ଲକ ପେନ୍ଦାପଡ଼ା ପଞ୍ଚାୟତର କାନ୍ଦିଲିବେଡ଼ା ଗ୍ରାମସ୍ଥିତ ସରକାରୀ ଏସ୍‌ଏସ୍‌ଡି ଗୁପ୍ତେଶ୍ୱର ଉଚ୍ଚବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇଥିବା ନେଇ ରାମଗିରି ଫାଣ୍ଡିରେ ଅଭିଯୋଗ ହୋଇଛି।

bj

ବୈପାରିଗୁଡ଼ା: ବୈପାରିଗୁଡ଼ା ବ୍ଲକ ପେନ୍ଦାପଡ଼ା ପଞ୍ଚାୟତର କାନ୍ଦିଲିବେଡ଼ା ଗ୍ରାମସ୍ଥିତ ସରକାରୀ ଏସ୍‌ଏସ୍‌ଡି ଗୁପ୍ତେଶ୍ୱର ଉଚ୍ଚବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇଥିବା ନେଇ ରାମଗିରି ଫାଣ୍ଡିରେ ଅଭିଯୋଗ ହୋଇଛି।

ମା’ ତାରିଣୀ ଏସଏଚଜିର ମହିଳାମାନେ ଉକ୍ତ ବିଦ୍ୟାଳୟରେ ୪ ବର୍ଷ ହେଲା ମଧ୍ୟାହ୍ନ ଭୋଜନ ରୋଷେଇ ଦାୟିତ୍ୱ ନେଇଛନ୍ତି। ଗତ ୨୪ ତାରିଖରେ ଏସଏଚଜିର ମହିଳାମାନେ ରୋଷେଇ କରିବା ପାଇଁ ବିଦ୍ୟାଳୟକୁ ଯାଇଥିଲେ। ରୋଷେଇ ନିମନ୍ତେ ଚାଉଳ ଆଣିବା ପାଇଁ ଷ୍ଟୋର ରୁମ୍‌କୁ ଯିବା ସମୟରେ କବାଟ ତଡ଼ା ଯାଇଥିବା ଦେଖିବାକୁ ପାଇଥିଲେ। ଚାଉଳ ବସ୍ତା ଚୋରି ହୋଇଥିବା ସନ୍ଦେହ କରି ଷ୍ଟୋର ରୁମ୍‌ ଚାବି ଖୋଲି ଦେଖିବା ବେଳକୁ କିଛି ଚାଉଳ ବସ୍ତା ନଥିବା ଜଣାପଡ଼ିଥିଲା। ପରେ ସମସ୍ତ ଚାଉଳ ବସ୍ତା ଗଣିବାରୁ ୧୩ ବସ୍ତା ଚାଉଳ କମ୍‌ ଥିବା ଜାଣି ତୁରନ୍ତ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ।

ଅଭିଯୋଗ ଅନୁଯାୟୀ, ମା’ ତାରିଣୀ ଏସଏଚଜିର ମହିଳାମାନେ ଉକ୍ତ ବିଦ୍ୟାଳୟରେ ୪ ବର୍ଷ ହେଲା ମଧ୍ୟାହ୍ନ ଭୋଜନ ରୋଷେଇ ଦାୟିତ୍ୱ ନେଇଛନ୍ତି। ଗତ ୨୪ ତାରିଖରେ ଏସଏଚଜିର ମହିଳାମାନେ ରୋଷେଇ କରିବା ପାଇଁ ବିଦ୍ୟାଳୟକୁ ଯାଇଥିଲେ। ରୋଷେଇ ନିମନ୍ତେ ଚାଉଳ ଆଣିବା ପାଇଁ ଷ୍ଟୋର ରୁମ୍‌କୁ ଯିବା ସମୟରେ କବାଟ ତଡ଼ା ଯାଇଥିବା ଦେଖିବାକୁ ପାଇଥିଲେ। ଚାଉଳ ବସ୍ତା ଚୋରି ହୋଇଥିବା ସନ୍ଦେହ କରି ଷ୍ଟୋର ରୁମ୍‌ ଚାବି ଖୋଲି ଦେଖିବା ବେଳକୁ କିଛି ଚାଉଳ ବସ୍ତା ନଥିବା ଜଣାପଡ଼ିଥିଲା। ପରେ ସମସ୍ତ ଚାଉଳ ବସ୍ତା ଗଣିବାରୁ ୧୩ ବସ୍ତା ଚାଉଳ କମ୍‌ ଥିବା ଜାଣି ତୁରନ୍ତ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ।

୧୩ ବସ୍ତା ଚାଉଳ ନଥିବା ନେଇ ଫାଣ୍ଡିରେ ଅଭିଯୋଗ ହେବା ପରେ ରାମଗିରି ଫାଣ୍ଡି ଏଏସ୍ଆଇ ବିଷ୍ଣୁ ମାଡକାମୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତୁରନ୍ତ ଚୋରଙ୍କୁ ଗିରଫ କରାଯିବ ବୋଲି ଏଏସ୍ଆଇ ଶ୍ରୀ ମାଡକାମୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe