ଇଟା ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ଚାଳକ ଓ ଖଲାସି

ରଙ୍ଗାମାଟିଆ ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଯାଇ ରାସ୍ତା ଉପରେ ଓଲଟି ପଡ଼ିଲା ଇଟା ବୋଝେଇ ମିନିଟ୍ରକ l ଦୁର୍ଘଟଣାରେ ଚାଳକ ଓ ଖଲାସି ସାମାନ୍ୟ ଆହତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି l 

a41e7181-5185-420e-9934-533342d1bd0a

ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ରଙ୍ଗାମାଟିଆ ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଯାଇ ରାସ୍ତା ଉପରେ ଓଲଟି ପଡ଼ିଲା ଇଟା ବୋଝେଇ ମିନିଟ୍ରକ l ଦୁର୍ଘଟଣାରେ ଚାଳକ ଓ ଖଲାସି ସାମାନ୍ୟ ଆହତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି l 

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଫୁଲାଡ଼ି ଅଞ୍ଚଳରୁ ଫ୍ଲାଇଆସ୍ ଇଟା ବୋଝେଇ କରି ଆଗ୍ରିଆ ଅଭିମୁଖେ ଯାଉଥିବା ଓଆର୦୧-ଏଲ ୮୭୬୭ ନଂ ବିଶିଷ୍ଟ ମିନି ଟ୍ରକର ଆଗ ଟାୟାର ହଟାତ ବୈଶିଙ୍ଗା ଉପକଣ୍ଠ ରଙ୍ଗାମାଟିଆ ଛକ ନିକଟରେ ଫାଟି ଯାଇଥିଲା l ଫଳରେ ଚାଳକ ଟ୍ରକ ଉପରୁ ନିଜର ନିୟନ୍ତ୍ରଣ ହରାଇଥିଲା ଓ ରାସ୍ତା ମଝିରେ ଥିବା ଡିଭାଇଡର ଉପରକୁ ଚଢ଼ିଯାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା l ଯେଉଁଥିପାଇଁ ଇଟା ସବୁ ରାସ୍ତା ଉପରେ ଓଜାଡ଼ି ଛିନଭିନ ହୋଇ ପଡ଼ିଥିଲା ଓ ଜାତୀୟ ରାଜପଥରେ ଯାତାୟାତ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା l ତେବେ ଏହି ଦୁର୍ଘଟଣାରେ ଉଭୟ ଚାଳକ ଓ ଖଲାସି ସାମାନ୍ୟ ଆହତ ହୋଇଥିବାବେଳେ ଉଭୟଙ୍କୁ ବୈଶିଙ୍ଗା ଡାକ୍ତର ଖାନାକୁ ନେଇଯାଇଥିଲେ ସ୍ଥାନୀୟ ଲୋକ l 

ବାଲେଶ୍ୱର ଜିଲ୍ଲା ଫୁଲାଡ଼ି ଅଞ୍ଚଳରୁ ଫ୍ଲାଇଆସ୍ ଇଟା ବୋଝେଇ କରି ଆଗ୍ରିଆ ଅଭିମୁଖେ ଯାଉଥିବା ଓଆର୦୧-ଏଲ ୮୭୬୭ ନଂ ବିଶିଷ୍ଟ ମିନି ଟ୍ରକର ଆଗ ଟାୟାର ହଟାତ ବୈଶିଙ୍ଗା ଉପକଣ୍ଠ ରଙ୍ଗାମାଟିଆ ଛକ ନିକଟରେ ଫାଟି ଯାଇଥିଲା l ଫଳରେ ଚାଳକ ଟ୍ରକ ଉପରୁ ନିଜର ନିୟନ୍ତ୍ରଣ ହରାଇଥିଲା ଓ ରାସ୍ତା ମଝିରେ ଥିବା ଡିଭାଇଡର ଉପରକୁ ଚଢ଼ିଯାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା l ଯେଉଁଥିପାଇଁ ଇଟା ସବୁ ରାସ୍ତା ଉପରେ ଓଜାଡ଼ି ଛିନଭିନ ହୋଇ ପଡ଼ିଥିଲା ଓ ଜାତୀୟ ରାଜପଥରେ ଯାତାୟାତ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା l ତେବେ ଏହି ଦୁର୍ଘଟଣାରେ ଉଭୟ ଚାଳକ ଓ ଖଲାସି ସାମାନ୍ୟ ଆହତ ହୋଇଥିବାବେଳେ ଉଭୟଙ୍କୁ ବୈଶିଙ୍ଗା ଡାକ୍ତର ଖାନାକୁ ନେଇଯାଇଥିଲେ ସ୍ଥାନୀୟ ଲୋକ l 

ଖବର ପାଇ ବୈଶିଙ୍ଗା ଥାନା ଏଏସଆଇ ଶୁଭ୍ରାଂଶୁ ରାଉଳ ଘଟଣା ସ୍ଥଳରେ ପହଞ୍ଚି କ୍ରେନ ସାହାଯ୍ୟରେ ଟ୍ରକକୁ ରାସ୍ତା ଉପରୁ ଉଠାଇ ଯାତାୟତକୁ ସ୍ୱାଭାବିକ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe