ବିଷାକ୍ତ ସାପ କାମୁଡ଼ାରେ ୪ ବର୍ଷର ନାବାଳକଙ୍କ ମୃତ୍ୟୁ

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ବକଲିଖୁଣ୍ଟି ଗ୍ରାମର ନରସିଂହ ମାଝୀ ଓ ଗିନତି ମାଝୀଙ୍କ ୪ବର୍ଷ ୬ ମାସର ନାବାଳକ ଦେବାଶିଷ ମାଝୀଙ୍କୁ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି।

khariar hospital

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ବକଲିଖୁଣ୍ଟି ଗ୍ରାମର ନରସିଂହ ମାଝୀ ଓ ଗିନତି ମାଝୀଙ୍କ ୪ବର୍ଷ ୬ ମାସର ନାବାଳକ ଦେବାଶିଷ ମାଝୀଙ୍କୁ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ମା  ଗିନତି ମାଝୀଙ୍କ ସହ ଦେବାଶିଷ ତଳେ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ କାମୁଡ଼ିଥିଲା। ବାପା ମା ରାତ୍ରି ୧୧ଟା ସମୟରେ ସାପ ଦଂଶନ କରିଥିବା ବେଳେ ତାକୁ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନେ ଭୋର ୪ ଘଣ୍ଟା ସମୟରେ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ବକଲିଖୁଣ୍ଟି ଗ୍ରାମର ନରସିଂହ ମାଝୀ ଓ ଗିନତି ମାଝୀଙ୍କ ୪ବର୍ଷ ୬ ମାସର ନାବାଳକ ଦେବାଶିଷ ମାଝୀଙ୍କୁ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ମା  ଗିନତି ମାଝୀଙ୍କ ସହ ଦେବାଶିଷ ତଳେ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ କାମୁଡ଼ିଥିଲା। ବାପା ମା ରାତ୍ରି ୧୧ଟା ସମୟରେ ସାପ ଦଂଶନ କରିଥିବା ବେଳେ ତାକୁ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନେ ଭୋର ୪ ଘଣ୍ଟା ସମୟରେ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା ଘୋଷଣା କରିଛନ୍ତି। 

ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସତ୍ତ୍ୱେ ତାଙ୍କ ମୃତ୍ୟୁ ହୋଇଥିଲା  ଡାକ୍ତର ତାଙ୍କୁ ମୃତ ଘୋଷଣା ଘୋଷଣା କରିଛନ୍ତି।  ଶ୍ରାବଣ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରି ଯୋଗୁଁ ପଙ୍ଖା ତଳେ ଶୋଇବା ପାଇଁ ତଳେ ଶୋଇଥିଲେ। ଗିନତି ମାଝୀଙ୍କ ୪ ଝିଅ ଓ ଗୋଟିଏ ପୁଅ ଦେବାଶିଷ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe