କୋଏଲ ନଦୀରେ ବୁଡ଼ି ନାବାଳକ ମୃତ

Advertisment

ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ ଆଉ ଶବ ହୋଇ ଫେରିଲେ। ଏଭଳି ଏକ ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ହେଲେ କୋଏଲନଗର ବି’ ବ୍ଲକ୍‌ ଅଞ୍ଚଳର ବିଶ୍ବଜିତ ମହାନ୍ତି(୧୫)।

ପୋଖରୀରେ ବୁଡ଼ି ୨ ନାବାଳକ ଭାଇଙ୍କ ମୃତ୍ୟୁ

ରାଉରକେଲା: ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ ଆଉ ଶବ ହୋଇ ଫେରିଲେ। ଏଭଳି ଏକ ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ମୁତାବକ, କୋଏଲନଗର ବି’ ବ୍ଲକ୍‌ ଅଞ୍ଚଳର ବିଶ୍ବଜିତ ମହାନ୍ତି(୧୫) ୨ ଜଣ ବନ୍ଧୁଙ୍କ ସହ ଦିନ ୪ଟାରେ ଘରୁ ବାହାରିଥିଲେ। କୋଏଲନଦୀ ପମ୍ପ ହାଉସ୍‌ ନିକଟରେ ଘଣ୍ଟାଏ ଗାଧୋଇବା ସହ ଖେଳାଖେଳି କରିଥିଲେ। ଖେଳୁଖେଳୁ ସେ ନଦୀରେ ଅଧିକ ପାଣି ଥିବା ଜାଗାକୁ ପଶିଯାଇଥିଲେ।

ଗଭୀରପାଣିରୁ ଆଉ ବାହାରି ନପାରି ବୁଡ଼ି ଯାଇଥିଲେ। ଏହା ଦେଖି ସାଙ୍ଗମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ଅକାତପାଣି ଭିତରକୁ ପଶିବାକୁ ସାହସ କରିନଥି​ଲେ। ପରେ ଚିତ୍କାରକରି ଆଖପାଖ ଲୋକଙ୍କୁ ଡାକିଥିଲେ। କିଛି ସମୟ ପରେ ଝିରପାଣି ଗାଁ ଲୋକ ପିଲାଟିକୁ ପାଣିକୁ ଉଦ୍ଧାରକରି ପୁଲିସକୁ ସୂଚନା​ ଦେଇଥିଲେ। ତାଙ୍କୁ ତରନ୍ତ ଆଇଜିଏଚ୍‌କୁ ନିଆ ଯାଇଥିଲା। ଡାକ୍ତର ତାଙ୍କୁ ସେଠା​​ରେ ମୃତ ଘୋଷଣା କରିଥିଲେ। ଏ ନେଇ ନାବାଳକଙ୍କ ପରିବାରକୁ ସୂଚନା ଦେବା ସହ ମୃତଦେହକୁ ଆଇଜିଏଚ୍‌ ମର୍ଗ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe