ପୁଲିସକୁ ନାକେଦମ୍ କଲା ନାବାଳକ: ସୋରର ଛାତ୍ର ଭଦ୍ରକରୁ ଉଦ୍ଧାର

Advertisment

ସୋର ପୁଲିସ ଭଦ୍ରକ ରେଳ ଷ୍ଟେସନର ଆରପିଏଫଙ୍କ ସହାୟତାରେ ମହେଶଙ୍କୁ ଉଦ୍ଧାରକରି ସକାଳେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ସୋର ପୁଲିସ ଭଦ୍ରକ ରେଳ ଷ୍ଟେସନର ଆରପିଏଫଙ୍କ ସହାୟତାରେ ମହେଶଙ୍କୁ ଉଦ୍ଧାରକରି ସକାଳେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

soro ps

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ ନଟାପଡ଼ା ପଞ୍ଚାୟତ ରାଧାବଲ୍ଲଭପୁର ଗ୍ରାମର ମାନସ ବେହେରା ଏବଂ ସବିତା ବେହେରାଙ୍କ ପୁତ୍ର ମହେଶ ବେହେରା(୧୩) ନିକଟସ୍ଥ ରଙ୍ଗପତି ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ନ୍ତି। ରାଧାଷ୍ଟମୀ ଦିନ ସେ ସ୍କୁଲ ଯାଇ ନଥିବା ବେଳେ ଗାଁର ଏକ ଦୋକାନ ପାଖରେ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମାତ୍ର କିଛି ସମୟ ପରେ ତାଙ୍କ ପରିବାର ଲୋକେ ତାଙ୍କୁ ନପାଇ  ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ପରେ ନିରାଶ ହୋଇ ସୋର ଥାନାରେ ଏକ ଅଭିଯୋଗ କରିଥିଲେ।

ପୁଲିସ ଅଭିଯୋଗ ମୂଳେ ୭୮୦/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରଥିଲେ। ମାତ୍ର ଅଭିଯୋଗ ପୂର୍ବରୁ ଅପରାହ୍ଣ ୨ଟା ସମୟରେ  ସରସଙ୍ଖ ଗ୍ରାମର ନିରୋଦ ପାଣିଗ୍ରାହୀ ବେଲଦା ଛକ ନିକଟରୁ ମହେଶଙ୍କୁ ଉଦ୍ଧାର କରି ଥାନାରେ କୈଳାଶ ପାତ୍ର ନାମକ ଜଣେ ଅଧିକାରୀଙ୍କ ନିକଟରେ ଜିମା ଦେଇ ଲିଖିତ ଭାବେ ଯାଇଥିଲେ। ପରିବାର ଲୋକେ ଏହା ଜାଣି ଥାନାରେ ପହଞ୍ଚିବା ପରେ ମହେଶଙ୍କୁ ପାଇଁ ନଥିଲେ। ଏହି ସମୟରେ ମହେଶ ପୁନଶ୍ଚ କେଉଁଆଡ଼େ ଚାଲିଯାଇଥିଲେ। ତାଙ୍କ ମା ଉକ୍ତ ଥାନା କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସହିତ ତାଙ୍କ ପିଲା ନମିଳିଲେ ଥାନା ପରିସରରେ  ଆତ୍ମାହୁତି  ଦେବେ ବୋଲି ଚେତାବନୀ ଦେଇଥିଲେ।

ତେବେ ମହେଶ ଗତକାଲି ସକାଳ ୯.୩୦ରୁ ନିଖୋଜ ଥିବା ବେଳେ ଦିନ ୨.୩୦ ରେ ସରସଙ୍ଖ ଗ୍ରାମର ନିରୋଦ ପାଣିଗ୍ରାହୀ ତାଙ୍କୁ ବେଲଦା ଛକରୁ ଉଦ୍ଧାର କରି ସୋର ଥାନାରେ ଜିମା ଦେଇଥିଲେ। ପୁନଶ୍ଚ ମହେଶ ଥାନା କର୍ମଚାରୀଙ୍କ ନଜରରେ ଧୂଳି ଦେଇ ସେଠାରୁ ଖସିଯିବା ସହିତ ଧଉଳି ଏକ୍ସପ୍ରେସରେ ବାଲେଶ୍ୱର ରେଳ ଷ୍ଟେସନକୁ ପଳାଇଥିଲେ। ପରେ  ହଉଡା ଭଦ୍ରକ ବାଘଜତିନି ଟ୍ରେନରେ ବାଲେଶ୍ୱରରୁ ଭଦ୍ରକ ପଳାଇଥିଲେ। ସେଠାରେ ଷ୍ଟେସନରେ  ଏକାକୀ ବସିଥିବା ବେଳେ ସୋର ଆଦର୍ଶ ଯୁବ ପରିଷଦର ସଦସ୍ୟମାନେ ମହେଶଙ୍କୁ ଦେଖି ସୋର ଥାନାକୁ ଖବର ଦେଇଥିଲେ। ପରେ ସୋର ପୁଲିସ ଭଦ୍ରକ ରେଳ ଷ୍ଟେସନର ଆରପିଏଫଙ୍କ ସହାୟତାରେ ମହେଶଙ୍କୁ ଉଦ୍ଧାରକରି ସକାଳେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe