ଗାଁ ଦାଣ୍ଡରେ ଆଶାକର୍ମୀଙ୍କୁ ଅସଦାଚରଣ

ଗାଁ ଦାଣ୍ଡରେ ଆଶାକର୍ମୀଙ୍କୁ ଉଲଗ୍ନ କରି ଗାଲିଗୁଲଜ ସହ ଆକ୍ରମଣ ଅଭିଯୋଗ। ଆଶାକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା।

Attack

ନୟାଗଡ: ଗାଁ ଦାଣ୍ଡରେ ଆଶାକର୍ମୀଙ୍କୁ ଉଲଗ୍ନ କରି ଗାଲିଗୁଲଜ ସହ ଆକ୍ରମଣ ଅଭିଯୋଗ। ଆଶାକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଆଶାକର୍ମୀ ଜଣକ ଔଷଧ ଦେବାକୁ ଯାଇଥିବାବେଳେ କିଛି ଅସାମାଜିକ ବ୍ୟକ୍ତି ଗାଁ ଦାଣ୍ଡରେ ତାଙ୍କୁ ପ୍ରଥମେ ଅସଦାଚରଣ କରିଥିଲେ।

 ପରେ ତାଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲେ। ଆଶାକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଉଭୟ ଆଶାକର୍ମୀ ଓ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଏନେଇ ଆଶାକର୍ମୀ ଜଣକ ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଖବରପାଇ ଫତେଗଡ଼ ଥାନା ପୁଲିସ ବିଳମ୍ବିତ ରାତିରେ ପାର୍ବତୀପୁର ଗ୍ରାମରେ ପହଞ୍ଚି ଅଭିଯୁକ୍ତକୁ ଧରିବାପାଇଁ ଚଢ଼ାଉ ଆରମ୍ଭ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe