କୋଣାର୍କରେ ଚାଞ୍ଚଲ୍ୟ: ବନାଖଣ୍ଡି ପେଟ୍ରୋଲ ପମ୍ପ ନିକଟରୁ ଯୁବକକୁ ଅପହରଣ କରି ନେଲେ ଦୁର୍ବୃତ୍ତ

Advertisment

କୋଣାର୍କ ଥାନା ଅଧୀନ ବନାଖଣ୍ଡି ଛକ ନିକଟରେ ଥିବା ଏଚପି ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଜୟ ଚକ୍ରବର୍ତ୍ତୀ(୩୫) ନାମକ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ କାରରେ ଆସି ଅପହରଣ କରି ନେଇଛନ୍ତି।

କୋଣାର୍କ ଥାନା ଅଧୀନ ବନାଖଣ୍ଡି ଛକ ନିକଟରେ ଥିବା ଏଚପି ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଜୟ ଚକ୍ରବର୍ତ୍ତୀ(୩୫) ନାମକ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ କାରରେ ଆସି ଅପହରଣ କରି ନେଇଛନ୍ତି।

Untitled

କୋଣାର୍କ: କୋଣାର୍କ ଥାନା ଅଧୀନ ବନାଖଣ୍ଡି ଛକ ନିକଟରେ ଥିବା ଏଚପି ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଜୟ ଚକ୍ରବର୍ତ୍ତୀ(୩୫) ନାମକ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ କାରରେ ଆସି ଅପହରଣ କରି ନେଇଯାଇଥିବା ଘଟଣା କୋଣାର୍କରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ମୁତାବକ, ଭୁବନେଶ୍ୱରରୁ ଜୟ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକ ନିଜ ସାଙ୍ଗ ସହ ଏକ କାରରେ କୋଣାର୍କ ବୁଲିବାକୁ ଆସି ବୁଲି ସାରି ସନ୍ଧ୍ୟାରେ ଭୁବନେଶ୍ୱର ଅଭିମୁଖେ ଯିବା ସମୟରେ ବନାଖଣ୍ଡି ଛକ ନିକଟରେ ଥିବା ଏଚପି ପେଟ୍ରୋଲ ପମ୍ପରେ ତେଲ ପକାଇ ମୁଖ୍ୟ ରାସ୍ତାକୁ ଆସିବା ସମୟରେ ପୂର୍ବରୁ ଏକ କାରରେ ପିଛା କରୁଥିବା ଦୁଇ ଯୁବକ ହଠାତ କାର ଟିକୁ ଅଟକାଇ ଜୟ ଚକ୍ରବର୍ତ୍ତୀଙ୍କୁ କାର ଭିତରୁ ଜୋର ଜବରଦସ୍ତ ଉଠାଇ ନେଇ ନିଜ କାର ମଧ୍ୟରେ ପୁରାଇ ନେଇ ତତକ୍ଷଣାତ ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ । ସାଥୀରେ ଆସିଥିବା ଜୟ ଚକ୍ରବର୍ତ୍ତୀଙ୍କ ସାଙ୍ଗ ତୁରନ୍ତ ଏନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। 

ଭୁବନେଶ୍ୱରରୁ ଜୟ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକ ନିଜ ସାଙ୍ଗ ସହ ଏକ କାରରେ କୋଣାର୍କ ବୁଲିବାକୁ ଆସି ବୁଲି ସାରି ସନ୍ଧ୍ୟାରେ ଭୁବନେଶ୍ୱର ଅଭିମୁଖେ ଯିବା ସମୟରେ ବନାଖଣ୍ଡି ଛକ ନିକଟରେ ଥିବା ଏଚପି ପେଟ୍ରୋଲ ପମ୍ପରେ ତେଲ ପକାଇ ମୁଖ୍ୟ ରାସ୍ତାକୁ ଆସିବା ସମୟରେ ପୂର୍ବରୁ ଏକ କାରରେ ପିଛା କରୁଥିବା ଦୁଇ ଯୁବକ ହଠାତ କାର ଟିକୁ ଅଟକାଇ ଜୟ ଚକ୍ରବର୍ତ୍ତୀଙ୍କୁ କାର ଭିତରୁ ଜୋର ଜବରଦସ୍ତ ଉଠାଇ ନେଇ ନିଜ କାର ମଧ୍ୟରେ ପୁରାଇ ନେଇ ତତକ୍ଷଣାତ ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ । ସାଥୀରେ ଆସିଥିବା ଜୟ ଚକ୍ରବର୍ତ୍ତୀଙ୍କ ସାଙ୍ଗ ତୁରନ୍ତ ଏନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। 

ଅଭିଯୋଗ ପାଇ କୋଣାର୍କ ପୁଲିସ ପୁରୀ ଅତିରିକ୍ତ ଏସପି ସଚିନ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସମସ୍ତ ସି ସି କ୍ୟାମେରା ଫୁଟେଜକୁ ଅନୁଧ୍ୟାନ କରି ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ରାତିତମାମ ଚଢ଼ାଉ ଜାରି ରହିଛି । ଦୁର୍ବୃତ୍ତ ଅପହରଣ କରି ନେବା ସମୟରେ ଚିତ୍କାର କରି କାହିଁକି ଆମ ଟଙ୍କା ଦେଲୁନାହିଁ କହୁଥିବା କଥା ସ୍ଥାନୀୟ ଲୋକଙ୍କ ଠାରୁ ପୁଲିସ ତଥ୍ୟ ସଂଗ୍ରହ କରିଛି। ପଇସା କାରବାରକୁ ନେଇ ଏହି ଅପହରଣ ଘଟଣା ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ବ୍ଲକିଙ୍ଗ କରାଯାଇ ଚେକିଂ କରାଯାଉଛି। ଖୁବ ଶୀଘ୍ର ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe