ଗଣେଶ ପୂଜାରେ ଅଘଟଣ , ତୃତୀୟ ଶ୍ରେଣୀ ଛାତ୍ର ଜଙ୍ଘରେ ଗଳିଗଲା ଫାଟକର ଲୁହା ରଡ଼

Advertisment

ଗୁଣପୁର ଆଶ୍ରମ ବିଦ୍ୟାଳୟରେ ଅଘଟଣ ଘଟିଛି। ବିଦ୍ୟାଳୟରେ ଗଣେଶ ପୂଜା ଚାଲିଥିବା ସମୟରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରର ଜଙ୍ଘରେ ରୋଷେଇ ଘର ପଛପଟେ ଥିବା ଏକ ଫାଟକର ଲୁହା ଛଡ଼ ଗଳି ଯାଇଥିଲା।

ଗୁଣପୁର ଆଶ୍ରମ ବିଦ୍ୟାଳୟରେ ଅଘଟଣ ଘଟିଛି। ବିଦ୍ୟାଳୟରେ ଗଣେଶ ପୂଜା ଚାଲିଥିବା ସମୟରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରର ଜଙ୍ଘରେ ରୋଷେଇ ଘର ପଛପଟେ ଥିବା ଏକ ଫାଟକର ଲୁହା ଛଡ଼ ଗଳି ଯାଇଥିଲା।

Untitled

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣପୁର ଆଶ୍ରମ ବିଦ୍ୟାଳୟରେ ଅଘଟଣ ଘଟିଛି। ବିଦ୍ୟାଳୟରେ ଗଣେଶ ପୂଜା ଚାଲିଥିବା ସମୟରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରର ଜଙ୍ଘରେ ରୋଷେଇ ଘର ପଛପଟେ ଥିବା ଏକ ଫାଟକର ଲୁହା ଛଡ଼ ଗଳି ଯାଇଥିଲା। ଆହତ ଛାତ୍ର ଜଣକ ହେଲେ ଗିରିଧର ଶବର। ସେ ପୁରୁଣା ଗୁଣପୁର ଗ୍ରାମର ବୋଲି ଜଣା ପଡ଼ିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଗୁଣପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଗୁଣପୁର ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଦଳର ପ୍ରୟାସରେ ଆହତ ଛାତ୍ରଙ୍କୁ ଉଦ୍ଧାର କରାଯିବା ସହ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି।

ସୁଚନାଯୋଗ୍ୟ, ବିଦ୍ୟାଳୟରେ ଗଣେଶ ପୁଜା ଚାଲିଥିବା ବେଳେ କୌଣସି କାରଣବଶତ ବିଦ୍ୟାଳୟର ପଛପଟେ ଥିବା ରୋଷେଇ ଘର ପଛ ପଟକୁ ଛାତ୍ର ଜଣକ ଯାଇ ଏହି ଅଘଟଣ ଶିକାର ହୋଇଥିବା ଜଣାପଡିଛି।  ଆହତ ଛାତ୍ର ଜଣକ ସୁସ୍ଥ ରହିଥିବା ଗୁଣପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe