ରାଉକେଲା ବିମାନବନ୍ଦର ଆଧୁନିକୀକରଣ ପ୍ରସଙ୍ଗ: ବିମାନଚଳାଚଳ ନିର୍ଦ୍ଦେଶକଙ୍କ ସହ ବିଧାୟକଙ୍କ ଆଲୋଚନା

ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ ଓ  ଆଧୁନିକୀକରଣ ପ୍ରସଙ୍ଗରେ ବେସାମରିକ ବିମାନଚଳାଚଳ ନିର୍ଦ୍ଦେଶିକା ଦେବୀଦତ୍ତ ଜେନାଙ୍କ ସହ ଆଲୋଚନା କରିଛନ୍ତି ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ।

bhi

ରାଉରକେଲା: ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ ଓ  ଆଧୁନିକୀକରଣ ପ୍ରସଙ୍ଗରେ ବେସାମରିକ ବିମାନଚଳାଚଳ ନିର୍ଦ୍ଦେଶିକା ଦେବୀଦତ୍ତ ଜେନାଙ୍କ ସହ ଆଲୋଚନା କରିଛନ୍ତି ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ। ସାକ୍ଷାତ ଆଲୋଚନାରେ ବିଧାୟକ ଶ୍ରୀ ତନ୍ତୀ ରାଉରକେଲା ବିମାନ ବନ୍ଦରର ଆଧୁନିକୀକରଣ, ଉନ୍ନତିକରଣ, ରନୱେ ବୃଦ୍ଧି, ନିୟମିତ ବିମାନସେବା ଆରମ୍ଭ କରିବା, ଯାତ୍ରୀମାନଙ୍କ ସୁବିଧା ପାଇଁ ଭିତ୍ତିଭୂମିର ବିକାଶ ଆଦି ବିଷୟ ଉପରେ ନିର୍ଦ୍ଦେଶିକାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ନିର୍ଦ୍ଦେଶିକା ଶ୍ରୀମତୀ ଜେନା ରାଉରକେଲା ବିମାନବନ୍ଦରରେ ନିୟମିତ ବିମାନସେବା ଆରମ୍ଭ କରିବା, ବିମାନବନ୍ଦରର ଆଧୁନିକରଣ, ଉନ୍ନତିକରଣ ଏବଂ ଏହାର ରନୱେ ବୃଦ୍ଧି ନିମିତ୍ତ ସମେତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ।  ନିକଟରେ ଆବଶ୍ୟକ ସର୍ଭେ ଏବଂ ଅନ୍ୟାନ୍ୟ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ପାଇଁ ବିଭାଗୀର ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦେଶ ଦିଆଯାଇଛି। ଦୁଇଟି ପର୍ଯ୍ୟାୟରେ(୪୦+୪୦) ମୋଟ ୮୦କୋଟି ଟଙ୍କା ଅର୍ଥ ମଧ୍ୟ ବ୍ୟୟ ବରାଦ ହୋଇସାରିଛି। ଖୁବ୍‌ଶୀଘ୍ର କାର୍ଯ୍ୟ ସରିବାପରେ ବିମାନ ବନ୍ଦରକୁ ନେଇ ରାଉରକେଲାବାସୀଙ୍କ ଦିର୍ଘ ଦିନର ଦାବର ପୂରଣ ପାଇଁ ମଧ୍ୟ ସମସ୍ତ ପ୍ରକାରର କାର୍ଯ୍ୟ ଆରମ୍ଭ ହୋଇଛି। ଆଲୋଚନାରେ ବିଧାୟକଙ୍କ ସହ ପ୍ରଦୀପ ମହାନ୍ତ ମଧ୍ୟ ଉପସ୍ଥିତ ଥିଲେ।

rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe