ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ବିଧାୟକ କଳିକେଶ

Advertisment

ବଲାଙ୍ଗୀର ନିର୍ବାଚନ ମଣ୍ଡଳୀର ବଲାଙ୍ଗୀର ଓ ଦେଓଗାଁ ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରି ଶିଳାନ୍ୟାସ କରିଛନ୍ତି ବଲାଙ୍ଗୀର ବିଧାୟକ କଲିକେଶ ନାରାୟଣ ସିଂଦେଓ।ବିଧାୟକଙ୍କ ଏହି ଗସ୍ତରେ ଲୋକମାନେ ଚାଉଳ, କାର୍ଡ,ଭତ୍ତା ଓ ପାନୀୟ ଜଳକୁ ନେଇ ଅଭିଯୋଗ କରିଥିଲେ।

ବଲାଙ୍ଗୀର ନିର୍ବାଚନ ମଣ୍ଡଳୀର ବଲାଙ୍ଗୀର ଓ ଦେଓଗାଁ ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରି ଶିଳାନ୍ୟାସ କରିଛନ୍ତି ବଲାଙ୍ଗୀର ବିଧାୟକ କଲିକେଶ ନାରାୟଣ ସିଂଦେଓ।ବିଧାୟକଙ୍କ ଏହି ଗସ୍ତରେ ଲୋକମାନେ ଚାଉଳ, କାର୍ଡ,ଭତ୍ତା ଓ ପାନୀୟ ଜଳକୁ ନେଇ ଅଭିଯୋଗ କରିଥିଲେ।

bjn

ଦେଓଗାଁ: ବଲାଙ୍ଗୀର ନିର୍ବାଚନ ମଣ୍ଡଳୀର ବଲାଙ୍ଗୀର ଓ ଦେଓଗାଁ ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରି ଶିଳାନ୍ୟାସ କରିଛନ୍ତି ବଲାଙ୍ଗୀର ବିଧାୟକ କଲିକେଶ ନାରାୟଣ ସିଂଦେଓ। ବଲାଙ୍ଗୀର ବ୍ଲକର  ପ୍ରକଳ୍ପକୁ ଉଦଘାଟନ କରି ଦେଓଗାଁ ବ୍ଲକର  ନାଇକେନଶିରା କଲ୍ୟାଣ ମଣ୍ଡପ, ସାରସବାହାଲ କମ୍ୟୁନିଟି ସେଣ୍ଟର,କୁତୁର୍ଲା ସର୍ଵସାଧାରଣ ସୁବିଧା କେନ୍ଦ୍ର, କୁରୁଆଝର ,ସିକୁଆ ଗାଁ  ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରି ଶିଳାନ୍ୟାସ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଜିଲ୍ଲା ପରିଷଦ ସଭ୍ୟ ମମତା କୁମୁରା, ଦେଓଗାଁ ପୂର୍ବ ଅଧ୍ୟକ୍ଷ ଲକ୍ଷଣ ମେହେର, ବଲାଙ୍ଗୀର ପୂର୍ବ ଅଧ୍ୟକ୍ଷ ଗୋଲାପ ବାଗ,ଦେଓଗାଁ ବିଜେଡି ବ୍ଳକ ସଭାପତି ସୁଶୀଳ ଚାନ୍ଦ,ବ୍ଳକ ଯୁବ ବିଜେଡି ସଭାପତି ଶୈଳେନ୍ଦ୍ର ସାହୁ, ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର, କୁତୁର୍ଲା ସରପଞ୍ଚ ତେଜ ହରପାଳ, ଡମ୍ବରୁ ଧର ହରପାଲ,  ବିଧୂଭୂଷଣ ତ୍ରିପାଠୀ, ପ୍ରଦ୍ୟୁମ୍ନ ହୋତା, ଅନ୍ତର୍ଯ୍ୟାମୀ ଭୋଇ,ବୁଦ୍ଧ ଦେବ ପରୁଆ,ଟୁନା ଚାନ୍ଦ, ଦୀପକ ବେହେରାଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ବିଧାୟକଙ୍କ ଏହି ଗସ୍ତରେ ଲୋକମାନେ ଚାଉଳ, କାର୍ଡ,ଭତ୍ତା ଓ ପାନୀୟ ଜଳକୁ ନେଇ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe