ରାଣୀପୁର ଝରିଆଲ ବିକାଶ ପ୍ରସଙ୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା

ଦେଶ ତଥା ଓଡ଼ିଶା ରାଜ୍ୟର ଅନନ୍ୟ ୬୪ ଯୋଗିନୀ ପୀଠ ରାଣୀପୁର ଝରିଆଲ। ଦେଶର ପ୍ରାଚୀନ ଐତିହ୍ୟର ବିକାଶ ଓ ଉନ୍ନତି ପାଇଁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ରାଣୀପୁର ଝରିଆଲ ବିକାଶ ପ୍ରସଙ୍ଗରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି।

bnj

ସିନ୍ଧେକଲୋ: ଦେଶ ତଥା ଓଡ଼ିଶା ରାଜ୍ୟର ଅନନ୍ୟ ୬୪ ଯୋଗିନୀ ପୀଠ ରାଣୀପୁର ଝରିଆଲ। ଷଷ୍ଠରୁ ନବମ ଶତାବ୍ଦୀ ମଧ୍ୟରେ ନିର୍ମିତ ବିସ୍ତୀର୍ଣ୍ଣ ପଥର ଚଟାଣ ଉପରେ ଗଢ଼ିଉଠିଥିବା ମନ୍ଦିର ମାଳିନୀ ତଥା ଦେଶର ପ୍ରାଚୀନ ଐତିହ୍ୟର ବିକାଶ ଓ ଉନ୍ନତି ପାଇଁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ। ତେବେ ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ତୁରନ୍ତ ୦୬ ଅଗଷ୍ଟ ୨୦୨୪ ରେ ଚିଠି ନମ୍ବର ୬୦୬୦ରେ ନେସନାଲ ମିସନ ଅନ୍ ପ୍ରସାଦ ସ୍କିମ ଅଫ୍ ମିନିଷ୍ଟ୍ରି ଅଫ ଟ୍ୟୁରିଜିଅମ ଭାରତ ସରକାର ତରଫରୁ ଏକ ଉଚ୍ଚସ୍ତରୀୟ କମିଟି (ଆଇପିଏସି) ଷ୍ଟେଟ ଇଣ୍ଟେଗ୍ରେଟେଡ ପ୍ଲାନ୍ ଆପ୍ରୁଭାଲ କମିଟି କରି ପିଠର ବିକାଶ ଓ ଉନ୍ନତି ପାଇଁ ଡିପିଆର ପ୍ରସ୍ତୁତ କରି ପଠାଇବାକୁ ଚିଠି ହୋଇଥିଲା।

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓଡ଼ିଶା ସେକ୍ରେଟାରିଏଟରେ ଅତିରିକ୍ତ ମୁଖ୍ୟ ଶାସନସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଏବଂ ରାଜ୍ୟ ପର୍ଯ୍ୟଟନ ଭବନରେ ପର୍ଯ୍ୟଟନ ସଚିବ ବଳବନ୍ତ ସିଂହଙ୍କୁ ଭେଟି ପ୍ରସାଦ ସ୍କିମ ପାଇଁ ତୁରନ୍ତ କମିଟି ବୈଠକ ଡାକି ଆଲୋଚନା ପରେ ଡିପିଆର ପ୍ରସ୍ତୁତ କରି କେମିତି ଶୀଘ୍ର ଉନ୍ନତି ଓ ବିକାଶ କରାଯାଇପାରିବ ସେଥିପାଇଁ ପୃଥକ ପୃଥକ ଭାବରେ ଆଲୋଚନା କରିଥିଲେ। 

ଚିଠି ହେବାର ଚାରି ମାସ ପରେ ମଧ୍ୟ କୌଣସି ପ୍ରକାର ବୈଠକ ଅନୁଷ୍ଠିତ ହୋଇନଥିବା ଯୋଗୁଁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓଡ଼ିଶା ସେକ୍ରେଟାରିଏଟରେ ଅତିରିକ୍ତ ମୁଖ୍ୟ ଶାସନସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଏବଂ ରାଜ୍ୟ ପର୍ଯ୍ୟଟନ ଭବନରେ ପର୍ଯ୍ୟଟନ ସଚିବ ବଳବନ୍ତ ସିଂହଙ୍କୁ ଭେଟି ପ୍ରସାଦ ସ୍କିମ ପାଇଁ ତୁରନ୍ତ କମିଟି ବୈଠକ ଡାକି ଆଲୋଚନା ପରେ ଡିପିଆର ପ୍ରସ୍ତୁତ କରି କେମିତି ଶୀଘ୍ର ଉନ୍ନତି ଓ ବିକାଶ କରାଯାଇପାରିବ ସେଥିପାଇଁ ପୃଥକ ପୃଥକ ଭାବରେ ଆଲୋଚନା କରିଥିଲେ। 

 ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀ ଧଳ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ବିଧାୟକ ଶ୍ରୀ ବାଗ ଓ ମନ୍ଦିର ଟ୍ରଷ୍ଟ କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ ଆଲୋଚନା କରିଥିଲେ ଏବଂ ପର୍ଯ୍ୟଟନ ସଚିବ ଅତି କମ ଦିନ ମଧ୍ୟରେ ନିଜେ ରାଣୀପୁର ଝରିଆଲ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାପରେ ଆଇପିଏସି କମିଟି ବୈଠକ ଡାକି ଡିପିଆର ପ୍ରସ୍ତୁତ କରିବୁ ବୋଲି କହିଥିଲେ। ତେବେ ଏହି ସମୟରେ ରାଣୀପୁର ଝରିଆଲ ମନ୍ଦିର ଟ୍ରଷ୍ଟ କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ, ସରପଞ୍ଚ ଭରଦ୍ୱାଜ ଗହୀର, ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ସଭାପତି ରଶ୍ମୀ ରଞ୍ଜନ ପୁଟେଲ, ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe