ବାରାଣାସୀ : ଗଙ୍ଗା କୂଳରେ ମୋଦି, ଗଙ୍ଗା ଆରତୀ କଲେ

Advertisment
ବାରାଣାସୀ : ଗଙ୍ଗା କୂଳରେ ମୋଦି, ଗଙ୍ଗା ଆରତୀ କଲେ

photo-navbharattimes

ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜର ନିର୍ବାଚନ କ୍ଷେତ୍ର ବାରାଣାସୀରେ ଏହ ବିଶାଳ ରୋଡ ସୋ କରିବା ପରେ ଦଶାଶ୍ୱମେଧ ଘାଟରେ ଗଙ୍ଗା ଆରତି କରିଛନ୍ତି । ଏହି ଆରତି ବେଳେ ବିଜେପି ସଭାପତି ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ବିଜେପି ସଭାପତି ମହେନ୍ଦ୍ରନାଥ ପାଣ୍ଡେ ଉପସ୍ଥିତ ଥିଲେ । ଆସନ୍ତା କାଲି ମୋଦି ଏହି ଆସନରୁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଯାଉଥିବାରୁ ଏହି ରୋଡସୋ ଓ ଗଙ୍ଗାଆରତି ମାଧ୍ୟମରେ ସେ ଏନଡିଏର ଶକ୍ତି ପ୍ରଦର୍ଶନ କରିଛନ୍ତି । ଗତ ୨୦୧୪ରେ ମଧ୍ୟ ବାରାଣାସୀରୁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବା ପୂର୍ବରୁ ମୋଦି ଏହିପରି ଏକ ରୋଡ ସୋ କରିଥିଲେ ।

ଆଜିର ଏହି ରୋଡ ସୋରେ ଏନଡିଏର ପ୍ରମୁଖ ସହଯୋଗୀ ଦଳ ଜେଡିୟୁ ମୁଖ୍ୟ ନିତିଶ କୁମାର, ଅକାଳିଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଲୋକଜନଶକ୍ତି ପାର୍ଟି ମୁଖ୍ୟ ରମବିଳାଶ ପାଶଓ୍ଵାନ, କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ପିୟୁଷ ଗୋଏଲ ଓ ନିତିନ ଗଡକରୀ ସାମିଲ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe