ରାହୁଲ ଦ୍ରାବିଡ଼ ଆମକୁ ସଚ୍ଚୋଟତା ଶିଖାଇଛନ୍ତି: ପ୍ରଧାନମନ୍ତ୍ରୀ ମୋଦି

Advertisment

ବିଶ୍ୱବିଜୟୀ ୧୯ ବର୍ଷରୁ କମ୍‌ କ୍ରିକେଟ ଟିମ୍‌ଙ୍କୁ ଜଣାଇଲେ ଅଭିନନ୍ଦନ

ବିଶ୍ୱବିଜୟୀ ୧୯ ବର୍ଷରୁ କମ୍‌ କ୍ରିକେଟ ଟିମ୍‌ଙ୍କୁ ଜଣାଇଲେ ଅଭିନନ୍ଦନ

ଆଜି ଠାରୁ ‘ଖେଲୋ ଇଣ୍ଡିଆ ସ୍କୁଲ ଗେମସ୍‌’, ପ୍ରଧାନମନ୍ତ୍ରୀ ମୋଦି କରିବେ ଉଦ୍‌ଘାଟନ

ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ଼ ଆମକୁ ସଚ୍ଚୋଟତା କ’ଣ ତାହା ଶିଖାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି। ନ୍ୟୁଜିଲାଣ୍ଡରେ ଶନିବାର ଅଷ୍ଟ୍ରେଲିଆକୁ ୨ ଓ୍ଵିକେଟରେ ପରାସ୍ତ କରି ୪ର୍ଥ ଥର ଚମ୍ପିଅନ୍‌ ହୋଇଥିବା ଭାରତୀୟ ଜୁନିଅର ଟିମ୍‌କୁ ମୋଦି ଅଭିନନ୍ଦନ ଜଣାଇଛନ୍ତି।

publive-image

ଭାରତୀୟ ଜନତା ପାର୍ଟିର ବିଜୟ ର‍୍ୟାଲିକୁ ସମ୍ବୋଧନ କରିବା ଅବସରରେ ମୋଦି କହିଛନ୍ତି, ଆମର ୧୯ ବର୍ଷରୁ କମ୍‌ କ୍ରିକେଟ ଟିମ୍‌ ବିଶ୍ୱ କପ୍‌ ଜିତିଛି। ପ୍ରତ୍ୟେକ ଭାରତୀୟ ଏଥି ପାଇଁ ଗର୍ବ ଅନୁଭବ କରୁଛନ୍ତି। ଆମର ଜୁନିଅର ଟିମ୍‌ ଏକ ବଡ଼ କାମ କରିଛନ୍ତି ବୋଲି ମୋଦି କହିଛନ୍ତି। ଏଥି ପାଇଁ ରାହୁଲ ଦ୍ରାବିଡ଼ଙ୍କ ପ୍ରଶଂସା ହେବା ଦରକାର। ରାହୁଲ ଏଭଳି ଜଣେ ବ୍ୟକ୍ତି ଯିଏ କି, ଅନ୍ୟକୁ ବଞ୍ଚିବା ଶିଖାଇ ଥାଆନ୍ତି।

ନରେନ୍ଦ୍ର ମୋଦି ବେଙ୍ଗାଲୁରୁରେ ଏକ ନିର୍ବାଚନ ର‍୍ୟାଲିରେ ରାଜ୍ୟର କଂଗ୍ରେସ ସରକାର ଉପରେ ବଡ଼ ଦୋଷ ଲଗାଇଛନ୍ତି। ମୋଦି କହିଛନ୍ତି, ଆମ ଦେଶରେ ଏଭଳି ଲୋକ ଅଛନ୍ତି ଯେଉଁମାନେ କି ଦେଶର ଚିନ୍ତା କରିବା ସ୍ଥାନରେ ନିଜ ସମ୍ପର୍କରେ ଅଧିକ ଚିନ୍ତା କରିଥାନ୍ତି। କର୍ଣ୍ଣାଟକରେ ଆଇନ ଦ୍ୱାରା ନୁହେଁ ଅପରାଧ ଦ୍ୱାରା ଶାସନ ଚାଲିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe