ଗ୍ରିନ୍ହାଉସ୍ ବାଷ୍ପ ଯୋଗୁଁ ଭାରତ ଓ ପଶ୍ଚିମ ଆଫ୍ରିକାରେ ମୌସୁମୀ ବାୟୁ ପ୍ରବାହାଜନିତ ବୃଷ୍ଟିପାତ ଧାରାରେ ପରିବର୍ତ୍ତନ ଘଟିପାରେ ବୋଲି ଗୋଟାଏ ନୂତନ ଗବେଷଣାରୁ ଜଣାପଡ଼ିଛି। ଏହି ପରିବର୍ତ୍ତନ ଏବେ ତଥା ନିକଟ ଭବିଷ୍ୟତରେ ଦ୍ରୁତ କିଂବା ମନ୍ଥର ହୋଇପାରେ।
‘ଆମାଜନ୍ ରେନ୍ଫରେଷ୍ଟ୍’ ଏବଂ ‘ଗ୍ରିନ୍ଲାଣ୍ଡ୍ ଆଇସ୍ ସିଟ୍’ରେ ସୃଷ୍ଟି ହେଉଥିବା ଅସୁବିଧା ଯୋଗୁଁ ଉପରୋକ୍ତ ଦୁଇ ଦେଶରେ ମୌସୁମୀ ବର୍ଷା ଧାରାରେ ପରିବର୍ତ୍ତନ ଘଟିବ ବୋଲି ଗବେଷକମାନେ କହିଛନ୍ତି।
‘ଇଣ୍ଡିଆନ୍ ସମର୍ ମନ୍ସୁନ୍’ ଏବଂ ‘ୱେଷ୍ଟ୍ ଆଫ୍ରିକାନ୍ ମନ୍ସୁନ୍’ ହଜାର ହଜାର ବର୍ଷ ଧରି ଅପେକ୍ଷାକୃତ ସ୍ଥିର ରହିଛନ୍ତି। କିନ୍ତୁ, ସୌର ବିକିରଣ ଭଳି ପ୍ରାକୃତିକ ଜଳବାୟୁ କାରଣ ଭଳି କେତେକ କାରଣରୁ ବୃଷ୍ଟିପାତର ତୀବ୍ରତା ଏବଂ ବିକ୍ଷିପ୍ତତାରେ କ୍ଷିପ୍ର ଅଥବା ମନ୍ଥର ପରିବର୍ତ୍ତନ ଘଟିବ।
Image Courtesy of Down To Earth୧୪,୫୦୦ ରୁ ୫୦୦୦ ବର୍ଷ ପୂର୍ବେ ‘ୱେଷ୍ଟ୍ ଆଫ୍ରିକାନ୍ ମନ୍ସୁନ୍’ ଉତ୍ତର ଆଡ଼କୁ ଘୁଞ୍ଚିଯାଇଥିବାରୁ ଆଫ୍ରିକାର ଉତ୍ତର ଓ ପଶ୍ଚିମାଞ୍ଚଳରେ ବୃଷ୍ଟିପାତ ବୃଦ୍ଧି ପାଇଥିଲା। ଏହାର ପ୍ରମାଣ ସାହାରା ମରୁଭୂମିରେ ଥିବା ଉଦ୍ଭିଦ ଆଦିରୁ ଜଣାପଡ଼େ।
ସେହିପରି, ‘ଇଣ୍ଡିଆନ୍ ସମର୍ ମନ୍ସୁନ୍’ ମଧ୍ୟ ବିଗତ ଅଳ୍ପ କେତେ ହଜାର ବର୍ଷ ହେବ ଅନେକ ସମୟରେ ପରିବର୍ତ୍ତିତ ହୋଇଛି। ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା ସହ ସିନ୍ଧୁ ସଭ୍ୟତାର ଭାଗ୍ୟ ଓତପ୍ରୋତ ଭାବେ ଜଡ଼ିତ ଥିଲା ବୋଲି ଗବେଷକମାନେ କହିଛନ୍ତି।
Follow Us