କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

Advertisment

କଳିଙ୍ଗା ଘାଟିରେ ଶୁକ୍ରବାର ଭୋର୍ ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଅଧିକ ଆହତ ହୋଇଥିବା ଯୋଗୁଁ ସେମାନଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କଳିଙ୍ଗା ଘାଟିରେ ଶୁକ୍ରବାର ଭୋର୍ ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଅଧିକ ଆହତ ହୋଇଥିବା ଯୋଗୁଁ ସେମାନଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

bh

ଭଞ୍ଜନଗର: ଗଞ୍ଜାମକନ୍ଧମାଳ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଶୁକ୍ରବାର ଭୋର୍ ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଅଧିକ ଆହତ ହୋଇଥିବା ଯୋଗୁଁ ସେମାନଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବସ୍ ଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଗୁରୁବାର ରାତିରେ ବାହାରିଥିଲା। ବସରେ ପ୍ରାୟ ୧୫ ରୁ ୧୭ ଜଣ ଯାତ୍ରୀ ବସିଥିଲେ। ଶୁକ୍ରବାର ସକାଳୁ ବସ୍ ର ଚାଳକ କଳିଙ୍ଗା ଘାଟିରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ହିଁ ବସଟି ଓଲଟି ପଡ଼ିଥିଲା। ଫଳରେ ବସରେ ବସିଥିବା ଯାତ୍ରୀମାନେ ଆହତ ହୋଇଥିଲେ। ଏହାପରେ ଖବର ପାଇ ଦୁର୍ଗାପ୍ରସାଦ ଗ୍ରାମବାସୀ ଏବଂ ଅନ୍ୟ ସୁସ୍ଥ ଯାତ୍ରୀ ମାନେ ଆହତମାନଙ୍କୁ ବସରୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ କୁ ପଠାଇଥିଲେ। ଖବର ପାଇ ଭଞ୍ଜନଗର ଏବଂ ଜି.ଉଦୟଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଭବାନୀପାଟଣାରୁ ଆସୁଥିବା ଗଞ୍ଜାମ ବିଡିପୁର ଗ୍ରାମର ମଦନ ମୋହନ ପାଣିଗ୍ରାହୀ, ତନରଡ଼ା ଗ୍ରାମର ଲିଜା ପରିଡ଼ା, ଭଞ୍ଜନଗର ହୟଗ୍ରୀବ ପ୍ରଧାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଥିମଧ୍ୟରୁ ମଦନଙ୍କ ହାତ ଭାଙ୍ଗି ଯାଇଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ସାମାନ୍ୟ ଆହତ ହୋଇଥିବା ଯାତ୍ରୀମାନେ ମେଡିକାଲ୍କୁ ଆସିନଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଉକ୍ତ ବସ୍ ଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଗୁରୁବାର ରାତିରେ ବାହାରିଥିଲା। ବସରେ ପ୍ରାୟ ୧୫ ରୁ ୧୭ ଜଣ ଯାତ୍ରୀ ବସିଥିଲେ। ଶୁକ୍ରବାର ସକାଳୁ ବସ୍ ର ଚାଳକ କଳିଙ୍ଗା ଘାଟିରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ହିଁ ବସଟି ଓଲଟି ପଡ଼ିଥିଲା। ଫଳରେ ବସରେ ବସିଥିବା ଯାତ୍ରୀମାନେ ଆହତ ହୋଇଥିଲେ। ଏହାପରେ ଖବର ପାଇ ଦୁର୍ଗାପ୍ରସାଦ ଗ୍ରାମବାସୀ ଏବଂ ଅନ୍ୟ ସୁସ୍ଥ ଯାତ୍ରୀ ମାନେ ଆହତମାନଙ୍କୁ ବସରୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ କୁ ପଠାଇଥିଲେ। ଖବର ପାଇ ଭଞ୍ଜନଗର ଏବଂ ଜି.ଉଦୟଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe