ସ୍କୁଲ୍ ଭ୍ୟାନ୍ ଓଲଟି ୧୧ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ସରସ୍ବତୀ ଶିଶୁ ମନ୍ଦିରରେ ପାଠ ପଢ଼ୁଥିବା ୧୧ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରେ ଛାଡ଼ିବା ପାଇଁ ଏକ ଇକୋ ଭ୍ୟାନ ବୋରିଗୁମ୍ମା ଠାରୁ ମୁଣ୍ଡାଗୁଡ଼ା ଅଭିମୁଖେ ଯାଉଥିଲା। ଭ୍ୟାନ୍ ଟି ସର୍ଗିଗୁଡ଼ା ନିକଟରେ ଓଲଟି ୧୧ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।

bhui

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ସରସ୍ବତୀ ଶିଶୁ ମନ୍ଦିରରେ ପାଠ ପଢ଼ୁଥିବା ୧୧ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରେ ଛାଡ଼ିବା ପାଇଁ ଏକ ଇକୋ ଭ୍ୟାନ (ଓଡି ୧୦ଜେଡ୍ ୧୨୮୯) ବୋରିଗୁମ୍ମା ଠାରୁ ମୁଣ୍ଡାଗୁଡ଼ା ଅଭିମୁଖେ ଯାଉଥିଲା। ଭ୍ୟାନ୍ ଟି ସର୍ଗିଗୁଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଥିଲା। ସେହି ସମୟରେ କିଛି ଲୋକ ଦୁର୍ଘଟଣା ଦେଖି ସଂଗେ ସଂଗେ ଇକୋ ଭ୍ୟାନ ମଧ୍ୟରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବୋରିଗୁମ୍ମା ମେଡିକାଲକୁ ଆଣିଥିଲେ।

ଭ୍ୟାନ୍ ଟି ସର୍ଗିଗୁଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଥିଲା। ସେହି ସମୟରେ କିଛି ଲୋକ ଦୁର୍ଘଟଣା ଦେଖି ସଂଗେ ସଂଗେ ଇକୋ ଭ୍ୟାନ ମଧ୍ୟରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବୋରିଗୁମ୍ମା ମେଡିକାଲକୁ ଆଣିଥିଲେ। ସମସ୍ତ ଆହତ ଛାତ୍ରଛାତ୍ରୀଙ୍କର ଚିକିତ୍ସା କରାଯାଇଛି। ସେଥିମଧ୍ୟରୁ ଜଣେ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସମସ୍ତ ଆହତ ଛାତ୍ରଛାତ୍ରୀଙ୍କର ଚିକିତ୍ସା କରାଯାଇଛି। ସେଥିମଧ୍ୟରୁ ଜଣେ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe