ଭୁବନେଶ୍ୱର: ଶିଶୁ କର୍କଟ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ କ୍ୟାନକିଡ୍ସ କିଡ୍ସକ୍ୟାନ ମଧ୍ୟରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଛି । ଏହି ବୁଝାମଣାପତ୍ର ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର ଏବଂ କ୍ୟାନକିଡ୍ସ କିଡ୍ସକ୍ୟାନ ପ୍ରତିଷ୍ଠାତା-ଅଧ୍ୟକ୍ଷ ପୁନମ ବାଗାଇଙ୍କ ଉପସ୍ଥିତିରେ ସ୍ୱାକ୍ଷର ହୋଇଛି ।
ଏହି ବୁଝାମଣାପତ୍ରରେ ଶିଶୁ କର୍କଟ ରୋଗ ଯତ୍ନର ସମ୍ପୂର୍ଣ୍ଣ ସହଯୋଗର ରୂପରେଖ ଦିଆଯାଇଛି, ଯେଉଁଥିରେ ପ୍ରାରମ୍ଭିକ ଚିହ୍ନଟ ଏବଂ ରେଫରାଲ୍, ନିର୍ଣ୍ଣୟ ଏବଂ ଚିକିତ୍ସାର ସୁବିଧା, ଶିଶୁ ଏବଂ ପରିବାର ପାଇଁ ଆର୍ଥିକ ସୁରକ୍ଷା, ଯତ୍ନ, ସଚେତନତା ଏବଂ ରୋଗୀ-କେନ୍ଦ୍ରିକ ଗବେଷଣା ଅନ୍ତର୍ଭୁକ୍ତ।
ଆହୁରି ପଢନ୍ତୁ: Krushi Vidyanidhi scheme: ବଢ଼ିଲା କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି
ଏହି ବୁଝାମଣା ହେବା ପରେ ଓଡ଼ିଶା ପୂର୍ବ ଭାରତରେ ଶିଶୁ କର୍କଟ ଚିକିତ୍ସା ପାଇଁ ଏକ ଆଞ୍ଚଳିକ କେନ୍ଦ୍ର ରୂପେ ସ୍ଥାନ ପାଇବ ବୋଲି କ୍ୟାନକିଡ୍ସ କିଡ୍ସକ୍ୟାନ ପ୍ରତିଷ୍ଠାତା-ଅଧ୍ୟକ୍ଷ ପୁନମ ବାଗାଇ ମତ ଦେଇଛନ୍ତି । ଏହି ବୈଠକକୁ ଅତିରିକ୍ତ ନିର୍ଦେଶକ ଡ. ସୁଶାନ୍ତ ସ୍ଵାଇଁ ପରିଚାଳନା କରିଥିବା ବେଳେ ନ୍ୟାସନାଲ୍ ସୋସାଇଟି ଫର ଚେଞ୍ଜ ଫର ଚାଇଲ୍ଡହୁଡ୍ କ୍ୟାନସର ଇନ୍ ଇଣ୍ଡିଆ, ବରିଷ୍ଠ ସରକାରୀ ଅଧିକାରୀ, ଚିକିତ୍ସା ପ୍ରତିଷ୍ଠାନର ପ୍ରତିନିଧି, ଶିଶୁ ଅଙ୍କୋଲୋଜିଷ୍ଟ , ଶୈଶବ କର୍କଟ ରୋଗରୁ ବଞ୍ଚିଥିବା ବ୍ୟକ୍ତି, CanKids ଏବଂ ଏହାର ସ୍ଥାନୀୟ ନାଗରିକ ସମାଜ ଅଂଶୀଦାର ଉମିଦେଁ ଉପସ୍ଥିତ ଥିଲେ ।
ଆହୁରି ପଢନ୍ତୁ: Decisive Decade: ଲାଲ୍ କରିଡରରୁ ନକ୍ସଲମୁକ୍ତ ଭାରତ: ଏକ ନିର୍ଣ୍ଣାୟକ ଦଶନ୍ଧି
ସୂଚନା ଅନୁସାରେ, CanKids ୨୦୧୮ ରେ ଓଡ଼ିଶାରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା। ସେବେଠାରୁ ଏମ୍ସ ଭୁବନେଶ୍ୱର ଏବଂ ଏକ ଘରୋଇ ହସ୍ପିଟାଲ ସହଭାଗୀତାରେ ଏହି ସେବା ଉପଲବ୍ଧ କରିଛି । ୨୦୨୩ରେ ଭୁବନେଶ୍ୱରରେ ଏକ ରାଜ୍ୟ ଯତ୍ନ ସମନ୍ୱୟ କେନ୍ଦ୍ର (SCCC) ଏବଂ ଏକ ହୋମ୍ ଆୱେ ଫ୍ରମ୍ ହୋମ୍ (HAH) ସୁବିଧା ଆରମ୍ଭ କରାଯାଇଛି । ଏହି ପଦକ୍ଷେପଗୁଡ଼ିକ ଶିଶୁ କର୍କଟ ରୋଗୀଙ୍କୁ ଯତ୍ନ ନେବାରେ ଅଧିକ ସାହାଯ୍ୟ କରିଛି । CanKids ବର୍ତ୍ତମାନ ବାର୍ଷିକ ୧୦୦୦ ରୁ ଅଧିକ ପିଲାଙ୍କୁ ଚିକିତ୍ସାରେ ସହାୟତା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/09/04/1910222405counselling_given_to_childhood_cancer_patients__family_2-2025-09-04-15-36-51.jpg)